ଗଞ୍ଜେଇ ଚାଲାଣକାରୀଙ୍କୁ ଧରିଲା ଗୁଇନ୍ଦା ବିଭାଗ – ଜଣେ ଗିରଫ ଜଣେ ଫେରାର

ଗୋପାଳପୁର: କାରରେ ଗଞ୍ଜେଇ ଚାଲାଣ କରିବାକୁ ଉଦ୍ୟମ କରୁଥିବା ବେଳେ ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ନାଟକୀୟ ଢଙ୍ଗରେ ଗୋଡ଼ାଇ ଗୋଡ଼ାଇ ଗୋଳନ୍ଥରା ଥାନା ନିକଟ ମେରାଇନ ଏକାଡେମି ନିକଟରେ କାର ସହ ଜଣେ ଯୁବକ କାବୁ କରିବାରେ ସକ୍ଷମ ହୋଇଥିବା ବେଳେ ଅନ୍ୟ ଜଣ ଫେରାର ହୋଇ ଯାଇଥିବା ସୂଚନା ମିଳିଛି। ଅଟକଥିବା ଯୁବକ ଜଣକ ମୋହନା ଅଞ୍ଚଳର ବୋଲି ଜଣାପଡିଛି। ସୂଚନା ପ୍ରକାରେ ଶନିବାର ବ୍ରହ୍ମପୁର ନୂଆ ବସଷ୍ଟାଣ୍ଡରେ ଏକ କାରରେ ଦୁଇ ଜଣ ଯୁବକ ଗଞ୍ଜେଇ ଚାଲାଣ କରୁଥିବା ନେଇ ଖବର ପାଇ ଅବକାରୀ ଗୁଇନ୍ଦା ବିଭାଗର ଅଧିକାରୀ ମାନେ ଏକ ଟିମ ଗଠନ କରି ସେମାନଙ୍କୁ କାବୁ କରିବା ପାଇଁ ମିଶନ ଆରମ୍ଭ କରିଥିଲେ। ନୂଆ ବସଷ୍ଟାଣ୍ଡ ଛକରେ ଅବକାରୀ ବିଭାଗ ଅଧିକାରୀ ମାନକୁ ଦେଖି ଚାଲାଣକାରୀ ଦ୍ରୁତ ଗତିରେ କମାପଲ୍ଲୀ ଛକ ଦେଇ ଜାତୀୟ ରାଜପଥରେ ଆନ୍ଧ୍ରପ୍ରଦେଶ ପଟକୁ ପଳେଇବା ପାଇଁ ଉଦ୍ୟମ କରୁଥିବା ବେଳେ ଅବକାରୀ ଗୁଇନ୍ଦା ବିଭାଗ ଅଧିକାରୀ ମାନେ ସେମାନଙ୍କର ପିଛା କରିଥିଲେ। ଚାଲାଣକାରୀ ମାନେ ଗୋଳନ୍ଥରା ନିକଟରେ କାର ବୁଲାଇ ବ୍ରହ୍ମପୁର ଯାଉଥିବା ବେଳେ ଥାନା ଠାରୁ ମାତ୍ର ୭୦୦ ମିଟର ଦୁରତାରେ କାରକୁ ଛାଡି ଦୁଇ ଜଣକ ଯୁବକ ଦୌଡ଼ି ପଳାଉଥିବା ବେଳେ ଜଣେ ଯୁବ ଅଧିକାରୀ ମାନେ ବିଲରେ ଗୋଡେଇ ଗୋଡେଇ ଧରିବା ବେଳେ ଅନ୍ୟ ଜଣେ ଚମ୍ପଟ ମାରିଥିଲେ। କାର ଡ଼ିକି ଭିତରେ ଗଞ୍ଜେଇ ଗଛିତ ଥିବା ନେଇ ଅବକାରୀ ଅଧିକାରୀ ମାନେ ଦେଖିବା ପାଇଥିଲେ। ଗଞ୍ଜେଇ ମୋହନାରୁ ଆସି ବ୍ରହ୍ମପୁରକୁ ଚାଲାଣ କରାଯାଉଥିବା ନେଇ ଅଧିକାରୀ ମାନେ ଜାଣିବାକୁ ପାଇଥିବା ସୂଚନା ମିଳିଛି। ୪୦ କେଜିରୁ ଉର୍ଦ୍ଧ୍ଵ ଗଞ୍ଜେଇ ରହିଥିବା ଅବକାରୀ ଅଧିକାରୀମାନେ ଅନୁମାନ କରିଛନ୍ତି। ଖବର ଲେଖା ହେବା ସୁଦ୍ଧା ଅବକାରୀ ଗୁଇନ୍ଦା ବିଭାଗରେ ମାମଲା ହୋଇନଥିବା ଏବଂ ତଦନ୍ତ ଜାରୀ ରହିଥିବା ସୂଚନା ମିଳିଛି।

Comments are closed.