ଆନନ୍ଦ ଉତ୍ସାହ ସହକାରେ ବାଲି ଓଷା ପାଳିତ
ପାଟଣା: କେନ୍ଦୁଝର ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା। ଏଠାରେ ବାର ମାସରେ ତେର ପର୍ବ ପାଳିତ ହୋଇଥାଏ। ଏଠିକାର ଲୋକେ ପ୍ରକୃତି ଉପାସକ। ଭିନ୍ନ ଭିନ୍ନ ଜାତିର ନିଜସ୍ଵ ପୂଜା ପଦ୍ଧତିରେ ପୂଜା ପର୍ବ ପାଳନ କରି ଆସୁଛନ୍ତି। ବାଲି ଓଷା ସେଥି ମଧ୍ୟରୁ ଅନନ୍ୟ ପର୍ଵ ଭାବେ ପାଳନ କରାଯାଏ। ପାଟଣା ବ୍ଲକ ଅନ୍ତର୍ଗତ କେନ୍ଦେଇପଶି ପଞ୍ଚାୟତ ଅନ୍ତର୍ଗତ କେନ୍ଦୁଆପଡା ଗ୍ରାମରେ କେଉଁ ଆବାହମାନ କାଳରୁ ଧାନ କଟା ପରେ ବାଲି ଓଷା ପାଳିତ ହୋଇ ଆସୁଛି। ଏହି ଓଷାକୁ ଅତି ନିଷ୍ଠାର ସହ ପାଳିତ ହୋଇଥାଏ। ଭକ୍ତମାନେ ଠାକୁରଙ୍କ ପାଖେ ନଡ଼ିଆ କଦଳୀ ଓ ଅନ୍ୟାନ୍ୟ ଭୋଗ ଅର୍ପଣ କରି ମାନସିକ କରିଥାଆନ୍ତି। ୨ ଦିନ ଧରି ଅନୁଷ୍ଠିତ ଏହି ଓଷା ପର୍ଵରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ବହୁ ଦୂରଦୂରାନ୍ତରୁ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଆସି ଓଷାରେ ଯୋଗ ଦେଇ ବାଲି ଦେବୀଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ। ମାନସିକ କରିଥିବା ଭକ୍ତମାନେ ମାନସିକ ପୂରଣ ହେଲେ ନିଆଁରେ ଚାଲିବା ଭଳି ଦୁଃସାହସିକ କାର୍ଯ୍ୟ କରିଥାନ୍ତି।
Comments are closed.