ଭାରତୀୟ ସଂସ୍କୃତି ଓ ପରମ୍ପରାର ଅଭ୍ୟୁଥାନ ପାଇଁ ଅଭିନବ ପ୍ରୟାସ
ପାଟଣା: କେନ୍ଦୁଝର ଜିଲ୍ଲା ଯାଦବ ମହାସଭା, ଭାଗବତ ପ୍ରଚାର ପ୍ରସାର ସମିତି ଓ ଆତ୍ମଧର୍ମ ପରିବାରର କେତେକ ବରିଷ୍ଠ ନେତୃବୃନ୍ଦ ଜନ ସମାଜକୁ ସଚେତନ କରିବା ପାଇଁ ପାଶ୍ଚାତ୍ୟ ସଂସ୍କୃତି ଓ ପରମ୍ପରାକୁ ପ୍ରତ୍ୟାଖାନ କରି ଭାରତୀୟ ସଂସ୍କୃତି ଓ ପରମ୍ପରା ଅନୁଯାୟୀ ପୂର୍ଣ୍ଣକୁମ୍ଭ ସ୍ଥାପନ ଓ ଅଖଣ୍ଡ ବତୀ ପ୍ରଜ୍ଵଳନ ପୁର୍ବକ ଶ୍ରୀମଦ ଆତ୍ମଗୀତା, ଶ୍ରୀମଦ ଭଗବତ ଗୀତା ତଥା ଶ୍ରୀମଦ ଭାଗବତ ମହାପୁରାଣ ପାରାୟଣ, ନାମ ସଂକୀର୍ତ୍ତନ ଓ ୧୦୮ ହନୁମାନ ଚାଳିଶା ଯଜ୍ଞ ଅନୁଷ୍ଠାନ କରି କେନ୍ଦୁଝର ଜିଲ୍ଲା ଯାଦବ ମହାସଭା ଉପଦେଷ୍ଟା, ଜିଲ୍ଲା ଭାଗବତ ପ୍ରଚାର ପ୍ରସାର ସମିତି ସଭାପତି ଓ ଆତ୍ମଧର୍ମ ପରିବାର କେନ୍ଦୁଝର ଆଞ୍ଚଳିକ କମିଟି ସଭାପତି ଆଚାର୍ଯ୍ୟ ଦାଶରଥି ପ୍ରଧାନଙ୍କ ୭୭ତମ ସ୍ଵନକ୍ଷତ୍ର ଦିବସ ଅବସରରେ କେନ୍ଦୁଝରଗଡ଼ ସିଦ୍ଧମଠ ସିଦ୍ଧ ମନ୍ଦିରରେ ଜନ୍ମଦିବସ ଉତ୍ସଵ ପାଳନ କରିଥିଲେ। ପୂଜ୍ୟପୂଜା ପରମ୍ପରାକୁ ଉଜ୍ଜୀବିତ କରିବା ପାଇଁ ଦାଶରଥି ପ୍ରଧାନ ଉପସ୍ଥିତ ବୟୋଜ୍ୟେଷ୍ଠ ମାନଙ୍କୁ ତଥା ଯାଦବ ସମାଜ, ଆତ୍ମଧର୍ମ ପରିବାର ତଥା ଭାଗବତ ପ୍ରଚାର ପ୍ରସାର ସମିତିର ଭାଇ ଭଉଣୀ ମାନଙ୍କୁ ଭାଗବତ, ଗୀତା , ହନୁମାନ ଚାଳିଶା ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ ଏବଂ ଉପଢୌକନାଦି ଉପହାର ଅର୍ପଣ କରି ତାଙ୍କୁ ସମସ୍ତେ ଜନ୍ମଦିନ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। ପରିଶେଷରେ ଆଚାର୍ଯ୍ୟ ଦାଶରଥି ପ୍ରଧାନ ସଦା ସର୍ବଦା ସୁସ୍ଥ ଓ ନିରୋଗ ହୋଇ ଗ୍ରାମେ ଗ୍ରାମେ ଭାଗବତ ଟୁଙ୍ଗି ସ୍ଥାପନ ପୂର୍ବକ ସତସଙ୍ଗ ଅନୁଷ୍ଠାନ କରି ଜନସମାଜକୁ ଆତ୍ମଧର୍ମରେ ଅନୁପ୍ରାଣିତ କରାଇ ଆତ୍ମକଲ୍ୟାଣ ମାର୍ଗରେ ଅଗ୍ରସର କରାନ୍ତୁ ବୋଲି ସିଦ୍ଧ ହନୁମାନଙ୍କ ନିକଟରେ ଏକ ସାମୁହିକ ପ୍ରାର୍ଥନା କରାଯାଇଥିଲା। ଏଥିରେ ଯାଦବ ସମାଜର ସଭାପତି ପ୍ରଦୀପ କୁମାର ବାରିକ, କାର୍ଯ୍ୟକାରୀ ସଭାପତି ସଂଜୀବ ପଲେଇ, ସମ୍ପାଦକ ପୂର୍ଣଚନ୍ଦ୍ର ନାୟକ, ଉପସଭାପତି ବିଶ୍ଵନାଥ ବାରିକ ପ୍ରମୁଖ ଉପସ୍ଥିତ ଥିଲେ।
Comments are closed.