www.samajalive.in
Tuesday, December 9, 2025
17.1 C
Bhubaneswar

ଗିନିଜ ରେକର୍ଡ ଲକ୍ଷ୍ୟରେ ପରାଜିତ ପ୍ରାର୍ଥୀ

ନୂଆଦିଲ୍ଲୀ : ଲୋକେ ଉଲ୍ଲେଖନୀୟ କାର୍ୟ୍ୟ କରି ରେକର୍ଡ ସ୍ଥାପନ କରିବାକୁ ପସନ୍ଦ କରନ୍ତି। କିନ୍ତୁ ତାମିଲନାଡୁର ସେଲମ ନିବାସୀ ପଦ୍ମରାଜନ ନାମକ ଜଣେ ରାଜନେତାଙ୍କ ଚିନ୍ତାଧାରା ଭିନ୍ନ । ‘ନିର୍ବାଚନ ରାଜା’ ଭାବେ ପରିଚିତି ଲାଭ କରିଥିବା ପଦ୍ମଚରଣ ଏବେ ଗିନିଜ ରେକର୍ଡ ସ୍ଥାପନ କରିବାକୁ ଲକ୍ଷ୍ୟ ରଖିଛନ୍ତି। ହେଲେ କୌଣସି ସଫଳତା ପାଇଁ ନୁହେଁ, ବରଂ ନିର୍ବାଚନରେ ବାରମ୍ବାର ପରାଜିତ ହେବାରେ ସେ ବିଶ୍ବ ରେକର୍ଡ କରିବାକୁ ସ୍ଥିର କରିଛନ୍ତି। ପୂର୍ବରୁ ସେ ୧୯୯ ଥର ନିର୍ବାଚନ ଲଢି ପରାଜିତ ହୋଇଛନ୍ତି। ନିର୍ବାଚନ ଆସିଲେ ସେ ଆଗୁଆ ପ୍ରାର୍ଥୀପତ୍ର ଦାଖଲ କରନ୍ତି। ଚଳିତ ସାଧାରଣ ନିର୍ବାଚନ ପାଇଁ ସେ ଧର୍ମପୁରୀ ଆସନରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଗତ ମଙ୍ଗଳବାର ସେ ପୁତ୍ର ଶ୍ରୀଜେଶଙ୍କ ସହିତ ଜିଲାପାଳଙ୍କ କାର୍ୟ୍ୟାଳୟରେ ପହଞ୍ଚି ପ୍ରାର୍ଥୀପତ୍ର ପ୍ରଦାନ କରିଛନ୍ତି। ପୂର୍ବରୁ ସେ ଆଞ୍ଚଳିକ ନିର୍ବାଚନଠାରୁ ଆରମ୍ଭ କରି ରାଷ୍ଟ୍ରପତି ନିର୍ବାଚନ ପର୍ୟ୍ୟନ୍ତ ବିଭିନ୍ନ ନିର୍ବାଚନ ଲଢିଛନ୍ତି। ଏଗୁଡିକରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀ ଓ ମନମମୋହନ ସିଂହ, ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଓ ଏପିଜେ ଅବଦୁଲ କାଲାମଙ୍କ ସମେତ ଜୟଲଲିତା, କରୁଣାନିଧିଙ୍କ ଭଳି ବୃହତ ନେତାଙ୍କ ପ୍ରତିଦ୍ବନ୍ଦ୍ବି ଥିଲେ। ପଦ୍ମରାଜନ ୧୯୮୮ରୁ ଏହିଭଳି ନିର୍ବାଚନ ଲଢିଆସୁଛନ୍ତି। ତାମିଳନାଡୁ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ଦିଲ୍ଲୀରେ ସେ ନିର୍ବାଚନରେ ଅଂଶଗ୍ରହଣ କରିଛନ୍ତି। ଏହି ସମୟ ମଧ୍ୟରେ ସେ ୧୧ ଜଣ ପ୍ରଧାନମନ୍ତ୍ରୀ , ୧୩ ଜଣ କେନ୍ଦ୍ରମନ୍ତ୍ରୀ, ୧୫ ଜଣ ରାଜ୍ୟମନ୍ତ୍ରୀଙ୍କ ସହିତ ପ୍ରତିଦ୍ବନ୍ଦ୍ବିତା କରିଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories