www.samajalive.in
Monday, December 15, 2025
17.1 C
Bhubaneswar

ଚୋରି ହୋଇଥିବା ୩୦ ଗ୍ୟାସ୍‍ ସିଲିଣ୍ଡର ଜବତ

ପିପିଲି: ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ଦାଣ୍ଡମୁକୁନ୍ଦପୁର ନିକଟ ଭୋଗୁଆବାଙ୍କ ଛକରୁ ଏକ ଏଲ୍‍ପିଜି ସିଲିଣ୍ଡର ବୋଝେଇ ଟ୍ରକ୍‍ରୁ ଚୋରି ହୋଇଥିବା ୩୦ଟି ଗ୍ୟାସ ଭର୍ତ୍ତି ସିଲିଣ୍ଡରକୁ ପିପିଲି ପୁଲିସ ବୁଧବାର ଅପରାହ୍ନରେ ଜବତ କରିବାରେ ସକ୍ଷମ ହୋଇଛି। ସୂଚନା ଅନୁଯାଇ, ଗତ ୩ତାରିଖ ରାତିରେ ଜଟଣୀରୁ ଏକ ଟ୍ରକରେ (ଓଆର୍‍୦୯ଏଲ୍‍ ୦୯୦୧) ଏଚ୍‍ପି କମ୍ପାନୀର ଏଲ୍‍ପିଜି ସିଲିଣ୍ଡର ପୁରୀ ଅଭିମୁଖେ ଯାଉଥିଲା। ତେବେ ପିପିଲି ଥାନା ଅନ୍ତର୍ଗତ ଦାଣ୍ଡମୁକୁନ୍ଦପୁର ନିକଟ ଭୋଗୁଆବାଙ୍କ ଛକଠାରେ ଜାତୀୟ ରାଜପଥ କଡରେ ଗାଡିକୁ ରଖି ଡ୍ରାଇଭର ବିଶ୍ରାମ ନେଉଥିବା ବେଳେ ବିଳମ୍ବିତ ରାତିରେ ଉକ୍ତ ଗାଡିରୁ ଗ୍ୟାସ୍‍ ସିଲିଣ୍ଡର ଚୋରି ହୋଇଥିଲା। ୨୦ଟି କମର୍ସିଆଲ ସିଲିଣ୍ଡର (୧୯.୨କେଜି) ଓ ୧୦ଟି ଘରୋଇ ସିଲିଣ୍ଡର (୧୪.୨କେଜି)କୁ କେହି ଦୁର୍ବୁତ୍ତ ଗାଡିରୁ ଚୋରି କରି ନେଇଥିବା ସମ୍ପର୍କରେ ଗାଡିର ଡ୍ରାଇଭର ବଳରାମ ବେହେରା ପିପିଲି ପୁଲିସରେ ଲିଖିତ ଅଭିଯୋଗ କରିଥିଲେ। ଆଇଆଇସି ଶରତ କୁମାର ସାହୁଙ୍କ ନେତୃତ୍ୱରେ ଏସ୍‍ଆଇ ସନ୍ଦୀପ କୁମାର ଦାସ, ଏଏସ୍‍ଆଇ ବିନୟ କୁମାର ଦାସ, ଶେଷଦେବ ସୁବୁଦ୍ଧି ପ୍ରମୁଖ ଉକ୍ତ ଗ୍ୟାସ୍‍ ସିଲିଣ୍ଡର ଚୋର ରାକେଟ୍‍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଥିଲେ। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୁଲିସ ବୁଧବାର ଅପରାହ୍ନରେ ମଙ୍ଗଳପୁର ନିକଟ ଦୁର୍ଗାଦାସପୁର ପଞ୍ଚାୟତର ବଧି-ଠଣଠଣା ଗ୍ରାମରେ ଚଢାଉ କରି ଏକ ମାଟି ଘର ମଧ୍ୟରୁ ଚୋରି ଯାଇଥିବା ୩୦ଟି ଯାକ ସିଲିଣ୍ଡରକୁ ଜବତ କରିବାରେ ସକ୍ଷମ ହୋଇଛି। ଏହି ଚୋରି ଘଟଣାରେ ବ୍ୟବହୃତ ହୋଇଥିବା ଗାଡି ଓ ସମ୍ପୃକ୍ତ ଥିବା ସମସ୍ତ ଅଭିଯୁକ୍ତଙ୍କ ଠିକଣା ପୁଲିସକୁ ହସ୍ତଗତ ହୋଇଥିବା ବେଳେ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିବା ସୂଚନା ମିଳିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories