www.samajalive.in
Sunday, December 14, 2025
19.1 C
Bhubaneswar

ନବଜାତ ଶିଶୁପୁତ୍ରର ମୃତଦେହ ଜବତ

ପିପିଲି: ପିପିଲି ବ୍ଲକ ଛକ ନିକଟ ରାସ୍ତା କଡରୁ ଏକ ନବଜାତ ଶିଶୁପୁତ୍ରର ମୃତଦେହକୁ ପୁଲିସ ଜବତ କରିଛି। ଏକ ଲୁଗାରେ ଗୁଡା ହୋଇ ଶିଶୁପୁତ୍ରର ମୃତଦେହ ରାସ୍ତାକଡରେ ଥିବା ବୁଦାମୂଳରେ ପଡିଥିବାର କେତେକ ଲୋକେ ଅପରାହ୍ନରେ ଦେଖିବା ପରେ ପୁଲିସକୁ ଖବର ଦେଇଥିଲେ। ଏଏସ୍‍ଆଇ ବିଦ୍ୟାଧର ଭୋଳ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ନବଜାତ ଶିଶୁପୁତ୍ରର ମୃତଦେହକୁ ଜବତ କରିଥିଲେ। ଏ ସଂପର୍କରେ ପୁଲିସରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ ହୋଇଥିବା ବେଳେ ଗୁରୁବାର ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପୁରୀ ଡାକ୍ତରଖାନା ପଠାଯିବ। କୌଣସି ବ୍ୟକ୍ତି ଉକ୍ତ ଶିଶୁପୁତ୍ରର ମୃତଦେହକୁ ଆଣି ରାସ୍ତାକଡ ବୁଦାମୂଳରେ ରଖି ଚାଲିଯାଇଥିବାର ଅନୁମାନ କରାଯାଉଥିବା ବେଳେ ପୁଲିସ ଘଟଣାର ତଦନ୍ତ ଚଳାଇଛି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories