www.samajalive.in
Monday, December 15, 2025
14.1 C
Bhubaneswar

ପ୍ରଦେଶ ଗଠନର ୮୬ ବର୍ଷ ପରେ ମଧ୍ୟ ସୀମାନ୍ତ ସ୍ଥିତି ଅପରିବର୍ତ୍ତିତ

ପାତ୍ରପୁର: ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଇତି ମଧ୍ୟରେ ୮୬ ବର୍ଷ ବିତି ଯାଇଥିବା ବେଳେ ସୀମାନ୍ତ ସ୍ଥିତି ଅପରିବର୍ତିତ ରହିଛି। ପ୍ରଦେଶ ଗଠନର ସେହି ଦିନକୁ ମନେ ପକେଇବାକୁ ଆଜି ଉତ୍କଳ ଦିବସ ପାଳନ କରାଯାଉଛି। ତେବେ ପ୍ରଦେଶ ଗଠିତ ହେବା ବେଳେ ଯେଉଁସବୁ ସୁବିଧା ହେବା ନେଇ ଲକ୍ଷ ରହିଥିଲା ତାହା ଆଜି ପର୍ଯ୍ୟନ୍ତ ପୂରଣ ହୋଇ ପାରିନାହିଁ। ପ୍ରଦେଶ ଗଠନ ହେବା ପୂର୍ବରୁ ଓଡିଶା ସୀମାନ୍ତ ଗଞ୍ଜାମ ଜିଲ୍ଲାର ପାତ୍ରପୁର ବ୍ଲକଟି ମାଡ୍ରାସ ପ୍ରେସିଡେନ୍ସି ଅଧୀନରେ ରହିଥିଲା। ଅଂଚଳର ଲୋକମାନେ ବିଭିନ୍ନ କାର୍ଯ୍ୟ ସମ୍ପାଦନ ପାଇଁ ଆନ୍ଧ୍ର ଇଚ୍ଛାପୁର ଉପରେ ନିର୍ଭର କରୁଥିଲେ। ପ୍ରଦେଶ ଗଠନ ପାଇଁ ଆନ୍ଦୋଳନ ଆରମ୍ଭ ହେବା ପରେ ଓଡ଼ିଶାର ବରପୁତ୍ରମାନେ ଗଙ୍ଗା ଠାରୁ ଗୋଦାବରୀ ପର୍ଯ୍ୟନ୍ତ ପୂର୍ବରୁ ଥିବା ଓଡ଼ିଆ ଭାଷାଭାଷୀ ଅଂଚଳର ଲୋକଙ୍କୁ ଏକତ୍ରିତ କରିବା ଉଦ୍ୟମ ଆରମ୍ଭ କରିଥିଲେ।

ଆନ୍ଧ୍ର ସୀମାନ୍ତରେ ଏହାର ନେତୃତ୍ୱ ନେଉଥିବା ଅଭିଭକ୍ତ ଗଞ୍ଜାମ ଜିଲ୍ଲାର ପାରଳାଖେମୁଣ୍ଡିର ତତ୍କାଳୀନ ଗଜପତି ସ୍ୱର୍ଗତ କୃଷ୍ଣଚନ୍ଦ୍ର ଗଜପତି ମହାରାଜା ସୀମାନ୍ତରେ ଥିବା ଓଡ଼ିଆମାନଙ୍କୁ ଏକତ୍ରିତ କରିବା ପାଇଁ ପ୍ରୟାସ ଆରମ୍ଭ କରିଥିଲେ। ଏହି କାର୍ଯ୍ୟରେ ପଣ୍ଡିତ ଗୋପବନ୍ଧୁ ଦାସ ଯୋଗ ଦେବାକୁ ଆସି ପାତ୍ରପୁର ସମେତ ବିଭିନ୍ନ ଅଂଚଳରେ ସଭା ସମିତି କରି ଲୋକଙ୍କୁ ଏକଜୁଟ କରିଥିଲେ। ଅଞ୍ଚଳର ତ୍ୟାଗୀ ଦିବାକର ପଟ୍ଟନାୟକ ଗାନ୍ଧୀ କୃଷ୍ଟମୂର୍ତୀ ସମେତ ବହୁ ବ୍ୟକ୍ତି ସହଯୋଗ କରିଥିଲେ। ସ୍ୱତନ୍ତ୍ର ପ୍ରଦେଶ ଗଠନ ପରେ ଜମିର ସର୍ଭେ ବନ୍ଦୋବସ୍ତ ମାଡ୍ରାସ ପ୍ରେସିଡେନ୍ସି ତରଫରୁ ୧୯୫୧ ସାଲ ବେଳକୁ ହୋଇଥିଲା। ଏହାର ପଚାଶ ବର୍ଷ ପରେ ପୁଣି ଓଡିଶା ସରକାରଙ୍କ ତରଫରୁ ୨୦୦୦ସାଲରେ ପୁଣି ସର୍ଭେ ହୋଇ ଜମିଜମା ରେକର୍ଡ ନିର୍ଦ୍ଧାରିତ ହୋଇଥିଲା। ତେବେ ଏବେ ମଧ୍ୟ ପାତ୍ରପୁର ବ୍ଳକର କେତେକ ସୀମାନ୍ତ ଗ୍ରାମରେ ଆନ୍ଧ୍ର ସରକାରଙ୍କ ତରଫରୁ ବିଭିନ୍ନ ସୁବିଧା ଯୋଗାଇବା ସହ ନିଜ ନିଜ ଅକ୍ତିଆରକୁ ନେବା ଉଦ୍ୟମ ବନ୍ଦ ହୋଇନାହିଁ। କୁଲାଡି, ସାତପୁରୀ, ଗୁଡିଖଳା ପ୍ରଭୁତି ଗ୍ରାମର ଲୋକମାନେ ଭୋଟ ଦାନ ଠାରୁ ଆରମ୍ଭ କରି ରାସନ, ବିଜୁଳି, ଜମି ପଟ୍ଟା, ଅଙ୍ଗନବାଡି କାର୍ଯ୍ୟକ୍ରମ ସହିତ ପ୍ରାଥମିକ ଶିକ୍ଷା ପାଇଁ ଉଭୟ ରାଜ୍ୟ ଉପରେ ନିର୍ଭର କରୁଛନ୍ତି।

- Advertisement -

ଏହି ଗ୍ରାମ ସହିତ ବ୍ରାହ୍ମଣ ନୂଆଗାଁ ଗୁଡିପଦର ପଂଚାୟତର ଚାରିଗୋଟି ଗ୍ରାମରେ ଲୋକମାନେ ଦୁଇ ରାଜ୍ୟର ପଡିକାର୍ଡ ଆଧାର ଭୋଟ ପରିଚୟ ପତ୍ର ଥିବା ବେଳେ ଉଭୟ ରାଜ୍ୟରୁ ସୁବିଧା ପାଉଛନ୍ତି। ଓଡ଼ିଶାର ମନ୍ତ୍ରୀ, ନିର୍ବାଚିତ ପ୍ରତିନିଧି ଅଧିକାରୀ ବିଭିନ୍ନ ସମୟରେ ସୀମାନ୍ତରେ ଥିବା ଏହି ଅଂଚଳ ଗସ୍ତ କରିବା ସହ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରୁଛନ୍ତି। ପାତ୍ରପୁର ବ୍ଲକ ଆନ୍ଧ୍ର ସୀମାନ୍ତ ବିଦ୍ୟାଳୟମାନଙ୍କରେ ତେଲୁଗୁ ବହି ଶିକ୍ଷକ ଦ୍ୱ।ହି ଦେଇ ପିଲାମାନେ ଆନ୍ଧ୍ର ସ୍କୁଲରେ ନାମ ଲେଖାଇବା ଯୋଗୁଁ ବହୁ ବିଦ୍ୟାଳୟ ଏବେ ତାଲା ଝୁଲୁଛି। ରାତି ପହିଲେ ବ୍ଲକର କେନ୍ଦ୍ର ସ୍ଥଳ ପାତ୍ରପୁର ଠାରୁ ଆରମ୍ଭ କରି ବିଭିନ୍ନ ଗ୍ରାମର ପିଲା ଆନ୍ଧ୍ରକୁ ପାଠ ପଢିବାକୁ ଯାଉଛନ୍ତି। ସୀମାନ୍ତ ଗୁଡିପଦର ପଞ୍ଚାୟତରେ ସ୍ୱାଧୀନତା ପୂର୍ବରୁ ପ୍ରତିଷ୍ଠା ହୋଇଥିବା ଉଚ୍ଚ ବିଦ୍ୟାଳୟ ପଚାଶ ଲକ୍ଷ ଟଙ୍କା ବ୍ୟୟରେ ନୂତନ କୋଠା ସହ ଆନୁଷଙ୍ଗିକ ସୁବିଧା କରାଯାଇଥିଲା। ତେବେ ଏହି ଗ୍ରାମ ପାର୍ଶ୍ୱ ଖଜୁରିଆ ଠାରେ ଆନ୍ଧ୍ର ଏକ ବିଦ୍ୟାଳୟ ପ୍ରତିଷ୍ଠା କରିବା ପରେ ସମସ୍ତେ ପିଲା ସେହି ବିଦ୍ୟାଳୟକୁ ପଢିବାକୁ ଚାଲିଯିବା ଯୋଗୁଁ ପଂଚାୟତ କେନ୍ଦ୍ର ସ୍ଥଳର ବିଦ୍ୟାଳୟଟି ପାଞ୍ଚବର୍ଷ ହେଲା ତାଲା ଝୁଲୁଛି।

ସୀମାନ୍ତର ସାତ ଗୋଟି ପଂଚାୟତରେ ପନ୍ଦରରୁ ଉର୍ଦ୍ଧ୍ବ ଗ୍ରାମର ପିଲାମାନେ ଆନ୍ଧ୍ରକୁ ପାଠ ପଢିବା ପାଇଁ ଚାଲିଯିବା ଯୋଗୁଁ ବିଦ୍ୟାଳୟ ବନ୍ଦ ହୋଇଛି। ଫଳରେ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଥିବା ପ୍ରାର୍ଥୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବର୍ଗର ଲୋକମାନେ କେବଳ ଓଡ଼ିଆ ଦସ୍ତଖତରେ ସୀମିତ ରହୁଛନ୍ତି। ଆନ୍ଧ୍ର ଯାଉଥିବା ପିଲାଙ୍କୁ ଓଡ଼ିଆ ଶିକ୍ଷା ଦିଆ ଯାଉନାହିଁ। ଫଳରେ ଓଡ଼ିଶାର ପିଲାମାନେ ଓଡ଼ିଆ ଭାଷାକୁ ସମ୍ପୂର୍ଣ୍ଣ ଭାବେ ଭୁଲି ଯାଉଛନ୍ତି। ଓଡ଼ିଶାର ବିନୁଆଗାଁ ପଂଚାୟତ ସବର ଦୀ ପେଟା ଏବଂ ଗୁଡିପଦର ପଂଚାୟତର ଏସ ବଳରାମପୁର ଗ୍ରାମର ଲୋକମାନେ ପୁର୍ବ ଭଳି ଆନ୍ଧ୍ରର ପୋଷ୍ଟ ଅଫିସରୁ ଡାକ ସୁବିଧା ପାଉଛନ୍ତି। ସବର ଦେଇ ପେଟା ଗ୍ରାମଟି ବି ନୂଆଗାଁ ପଂଚାୟତରେ ରହିଛି। ଗ୍ରାମରେ ୩୫୦ ପରିବାର ବସବାସ କରୁଛନ୍ତି। ପଞ୍ଚାୟତରେ ପୋଷ୍ଟ ଅଫିସ ଥିବା ବେଳେ ଲୋକମାନେ ଆନ୍ଧ୍ର ଲୋଧାପୁଟିରୁ ଡାକ ସେବା ପାଉଛନ୍ତି।

ସେହିଭଳି ଗୁଡିପଦର ପଞ୍ଚାୟତ ବଳରାମପୁର, ଏସ ବଳରାମପୁର ଗ୍ରାମର ଲୋକମାନେ ଆନ୍ଧ୍ର ଧରମପୁରରୁ ଡାକ ପାଉଛନ୍ତି। ଏହି ପଂଚାୟତରେ ମଧ ଏକ ଡାକ ଘର ରହିଛି। ଏହି ତିନୋଟି ଗ୍ରାମର ବହୁ ଲୋକ ବିଦେଶ ଏବଂ ରାଜ୍ୟ ବାହାରେ ରହୁଥିବା ବେଳେ ଡାକ ଓ ଟେଲିଗ୍ରାମ ଭଳି ଜରୁରୀ ଖବର ମିଳିବାରେ ବିଳମ୍ବ ହେଉଛି। ତେବେ ପୂର୍ବରୁ ଓଡ଼ିଶା ଡାକଘରୁ ଡାକ ସୁବିଧା ପାଉଥିବା ଆନ୍ଧ୍ରର ଶାସନ ପ୍ରଭୁତି କେତେକ ଗ୍ରାମର ଲୋକଙ୍କ ପୋଷ୍ଟ ଅଫିସ ବଦଳି ଏବେ ସେହି ରାଜ୍ୟ ସରକାରଙ୍କ ଉଦ୍ୟମ ପରେ ଆନ୍ଧ୍ର ହୋଇଛି। ଆନ୍ଧ୍ରରେ ଓଡ଼ିଶାର ସୀମାନ୍ତ ଗ୍ରାମର ଲୋକମାନେ ଦୁଇଟି ରାଜ୍ୟରୁ ସୁବିଧା ମିଳିବା ଆଶାରେ ନିଜର ନାମ ଆଧାର ଭୋଟ ପରିଚୟ ପତ୍ରରେ ଲେଖିବ।କୁ ଆଗ୍ରହ ପ୍ରକାଶ କରୁଛନ୍ତି। ସୀମାନ୍ତରେ ଓଡ଼ିଶା ଦେଇ ରେଳପଥ ଅତିକ୍ରମ କରିଥିବା ବେଳେ ଷ୍ଟେସନଟିଏ ନାହିଁ। ତେଣୁ ଲୋକମାନେ ଦୂର ଦୁରାନ୍ତ ଆନ୍ଧ୍ରର ବିଭିନ୍ନ ଷ୍ଟେସନ ଉପରେ ନିର୍ଭର କରିବାକୁ ପଡୁଛି। ଓଡ଼ିଶ। ଲୋକଙ୍କ ପାଇଁ ଗୁଡିପଦର ଠାରେ ଏକ ରେଳ ଷ୍ଟେସନ ପ୍ରତିଷ୍ଠା ପାଇଁ ଦୀର୍ଘ ବର୍ଷ ହେଲା ସରକାରଙ୍କ ଠାରେ ଲୋକମାନେ ଦାବୀ କରି ଆସୁଛନ୍ତି। ତେବେ ଓଡ଼ିଶାର ଲୋକଙ୍କ ଦାବୀ ପ୍ରତି ନଜର ପଡୁନାହିଁ। ପାତ୍ରପୁର ବ୍ଳକରେ ପ୍ରଥମ ଥରପାଇଁ ସୀମାନ୍ତ ଗୁଡିପଦରର ଜଣେ ତେଲୁଗୁ ମହିଳା ବ୍ଳକ ଅଧ୍ୟକ୍ଷା ପଦବୀରେ ରହିଛନ୍ତି। ସୀମାନ୍ତ ତେଲୁଗୁ ଅଂଚଳ ସହିତ କେତେକ ଆଦିବାସୀ ଗ୍ରାମରୁ ରାତି ପହିଲେ ସହସ୍ରାଧିକ ପିଲା ଅ।ନ୍ଧ୍ରକୁ ଦାଦନ ଖଟିବା ଠାରୁ ଆରମ୍ଭକରି ପାଠପଢା ଚିକିତ୍ସା ସହିତ ବିଭିନ୍ନ କାର୍ଯ୍ୟସମ୍ପାଦନ ପାଇଁ ଯାଉଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories