ରେଳ ମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇଲେ ନର୍ଲାର ପୂର୍ବତନ ବିଧାୟକ

ନର୍ଲା : ନର୍ଲାରୋଡ, ରୁପ୍ରାରୋଡ ରେଳ ଷ୍ଟେସନରେ ଦୀର୍ଘଦିନ ହେବ ଆଗରୁ ଅଟକୁ ଥିବା ରେଳ ଗାଡି ଆଉ ଅଟକୁ ନାହିଁ। ଫଳରେ ସ୍ଥାନୀୟ ଅଞ୍ଚଳର ଯାତ୍ରୀ ନାହିଁ ନଥିବା ହଇରାଣ ହେଉଛନ୍ତି । ସ୍ଥାନୀୟ ଅଞ୍ଚଳର ଜନ ସାଧାରଣ ବିଶେଷ କରି ବ୍ୟବସାୟ ଓ ଚିକିତ୍ସା ନିମନ୍ତେ ରାୟପୁର, ବିଜୟ ନଗରମ୍, ବିଶାଖାପାଟଣା, ବାଙ୍ଗାଲୋର ଆଦି ସହର ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ। ଆଗରୁ ଅଟକୁ ଥିବା ରେଳ ଗାଡି ଗୁଡିକ କୋଭିଡ ପାଇଁ ବନ୍ଦ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ନିୟମିତ  ଚଳାଚଳ ହୋଇ ପାରିନାହିଁ । ଅତୀତରେ ରେଳ ବିଭାଗ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କଳାହାଣ୍ଡି ଗସ୍ତରେ ଆସିଥିବା ସମୟରେ ସ୍ଥାନୀୟ ଲୋକେ ରେଳ ରହଣୀ ପାଇଁ ଦାବି ଜଣାଇଥିଲେ,  ହେଲେ କୌଣସି ସୁଫଳ ମିଳିନଥିବା କାରଣରୁ ସ୍ଥାନୀୟ ଅଞ୍ଚଳରେ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇଛି । ଏହାକୁ ନେଇ ନର୍ଲା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା କଂଗ୍ରେସ ଦଳ ଛାଡି ସଦ୍ୟ ବିଜେପିରେ ସାମିଲ ହୋଇଥିବା ବରିଷ୍ଠ ନେତା କୁମରମଣି ଶବର ଦିଲ୍ଲୀ ଗସ୍ତ କରି କଳାହାଣ୍ଡି ଲୋକସଭା ସାଂସଦ ବସନ୍ତ ପଣ୍ଡାଙ୍କ ସହ ମିଶି ରେଳ ଭବନରେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ସାକ୍ଷାତ କରି ଅଞ୍ଚଳର ଦାବି ଜଣାଇଛନ୍ତି। ସ୍ଥାନୀୟ ଅଞ୍ଚଳବାସୀଙ୍କ ଶିକ୍ଷା, ସ୍ବାସ୍ଥ୍ୟ, ବ୍ୟବସାୟ, ଚିକିତ୍ସା ଦୃଷ୍ଟି କୋଣରୁ ରେଳ ସେବା ନିୟମିତ କରିବାକୁ ଶ୍ରୀ ଶବର ଦୃଢ ଦାବି କରିଛନ୍ତି।

kalyan agarbati

Comments are closed.