www.samajalive.in
Sunday, December 14, 2025
19.1 C
Bhubaneswar

‘ସକାଳ’ ପକ୍ଷରୁ ସମ୍ବର୍ଦ୍ଧନା ଓ କର୍ମଶାଳା

ମୋହନା : ଗଜପତି ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସକାଳ’ ପକ୍ଷରୁ ପିଏଚଏଫ ପ୍ରକଳ୍ପ ସହାୟତାରେ ସ୍ଥାନୀୟ ବ୍ରାହ୍ମଣୀ ଦେବୀ ନାଗରିକ ଉନ୍ନୟନ ସଙ୍ଗଠନ ସହଯୋଗରେ ଶୁଖିଲା ଆମ୍ବ ଛକଠାରେ ଏକ ସମ୍ବର୍ଦ୍ଧନା ଉତ୍ସବ ଓ ଅନୁଷ୍ଠାନର ସମସ୍ତ ସଭ୍ୟ-ସଭ୍ୟା ମାନଙ୍କୁ ନେଇ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ‘ସକାଳ’ ଅନୁଷ୍ଠାନର  ସମ୍ପାଦକ ନଗେନ୍ଦ୍ର କୁମାର ନନ୍ଦୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥିଭାବେ ମୋହନା ଗୋଷ୍ଠୀ ଉନ୍ନୟନ ଅଧିକାରୀ ତପସ୍ଵିନୀ ହାଁସଦା ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିବା ବେଳେ ମୁଖ୍ୟବକ୍ତା ଭୂବନେଶ୍ୱର ଓୟୁଏଟିର ପ୍ରଫେସର ସଂଗ୍ରାମ ସ୍ଵାଇଁ, କୃଷି ଅଧିଦର୍ଶକ ସୁରେନ୍ଦ୍ର ସାହୁ, ବରିଷ୍ଠ ଶିକ୍ଷାବିତ ମଧୁସୂଦନ ପାଢ଼ୀ, ଓକିଲ ଦୁର୍ଯ୍ୟୋଧନ କରଡା, ଓଡ଼ିଶା ମିଲେଟ ମିଶନର ବ୍ଳକ ସଂଯୋଜକ ରାମକୃଷ୍ଣ ବିଷୋୟୀ ପ୍ରମୁଖ ସମ୍ମାନୀତ ଅତିଥିଭାବେ ଯୋଗ ଦେଇଥିଲେ। ତୃଣମୂଳ ସ୍ତରରେ ସରପଞ୍ଚ, ସମିତି ସଭ୍ୟ, ୱ।ର୍ଡସଭ୍ୟ-ସଭ୍ୟା ଓ ଗ୍ରାମ୍ୟ ଉନ୍ନୟନ କମିଟିର ସଦସ୍ୟଙ୍କ ସହିତ କିପରି ସୁସମ୍ପର୍କ ସ୍ଥାପନ ହୋଇ ପାରିବ ଓ ଅଞ୍ଚଳବାସୀଙ୍କ ଉନ୍ନତି ହୋଇ ପାରିବ ସେ ସମ୍ପର୍କରେ ଅତିଥି ମାନେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ଓ ନବ ନିର୍ବାଚିତ ପ୍ରତିନିଧି ମାନଙ୍କୁ ମଞ୍ଚରେ ଅତିଥି ମାନଙ୍କ ଦ୍ଵାରା ସମ୍ବର୍ଦ୍ଧନା ଦିଆଯାଇଥିଲା।
ବ୍ରାହ୍ମଣୀଦେଇ ସଂଗଠନର ସଭାପତି କେଶବ ମଳିକଙ୍କ ସମେତ ବିଭିନ୍ନ ସଂଗଠନର ଶତାଧିକ ପ୍ରତିନିଧି ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ପ୍ରକଳ୍ପ ସଂଯୋଜକ ସନ୍ତୋଷ କୁମାର ଗୌଡ ପରିଚାଳନା କରିଥିଲେ ଓ ଅନୁଷ୍ଠାନର କର୍ମକର୍ତ୍ତାମାନେ ଏଥିରେ ସହଯୋଗ କରିଥିଲେ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories