www.samajalive.in
Sunday, December 14, 2025
23.1 C
Bhubaneswar

ରାସ୍ତାରେ ଜଳିଗଲା ଚଳନ୍ତା ଗାଡି

ଫୁଲବାଣୀ : କନ୍ଧମାଳ ଜିଲା ଖଜୁରିପଡ଼ା ନିକଟସ୍ଥ ଲେମ୍ବୁବଗିଚା ରାସ୍ତା ଉପରେ ଗୁରୁବାର ସଂଧ୍ୟାରେ  ଏକ କାର ଜଳୁଥିବା ଦେଖାଯାଇଥିଲା। ସ୍ଥାନୀୟ ଲୋକେ ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେବାରୁ ଖଜୁରୀପଡାରୁ ଦମକଳ ବାହିନୀ ସେଠାରେ ପହଞ୍ଚି ନିଆଁକୁ ଆୟତ କରିଥିଲେ । ତେବେ ସେତେବେଳକୁ ଗାଡିଟି ସଂପୂର୍ଣ୍ଣ ଭାବେ ଜଳି ଯାଇଥିଲା । ନିଆଁ ଲାଗିଥିବା ଗାଡିରେ କେହି ନ ଥିବା ଦେଖାଯାଇଥିଲା।

- Advertisement -

ମିଳିଥିବା ସୂଚନା ମୁତାବକ ଏହି କାରଟି ଫୁଲବାଣୀରୁ ଭୁବନେଶ୍ୱର ରାସ୍ତାରେ ଯାଉଥିଲା। ତେବେ ଦୁତିପଡା ନିକଟସ୍ଥ ଲେମ୍ବୁବଗିଚା ନିକଟରେ ଗାଡିଟି ଚାଲୁଥିବା ଅବସ୍ଥାରେ ନିଆଁ ଲାଗିଯାଇଥିଲା। ଗାଡିରେ କେବଳ ଡ୍ରାଇଭର ଥିଲେ ବୋଲି କୁହାଯାଉଛି । ନିଆଁ ଲାଗିବା ପରେ ସେ ଗାଡି ଛାଡି ଦେଇ ଚାଲିଯାଇଥଲେ। ଏହି ଆକସ୍ମିକ ଅଗ୍ନିକାଣ୍ଡରେ କାହାର କୌଣସି କ୍ଷତି ହୋଇ ନ ଥିବା ଜଣାପଡିଛି। ଖଜୁରୀପଡା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଏହାର ଅନୁଧ୍ୟାନ କରୁଛି । ଅଗ୍ନିକାଣ୍ଡର କାରଣ ସଂପର୍କରେ କିଛି ସ୍ବଷ୍ଟ ଜଣାପଡି ନାହିଁ । ଏହି ଘଟଣା ସଂପୃକ୍ତ ଅଞ୍ଚଳରେ ଆଲୋଚ୍ୟର ବିଷୟ ହୋଇଛି।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories