www.samajalive.in
Friday, November 14, 2025
25.1 C
Bhubaneswar

ବେଳାଭୂମି ସଫେଇ କଲେ ସ୍ବେଛାସେବୀ

ଗଞ୍ଜାମ: ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ପ୍ରସିଦ୍ଧ ଶୈବ ପୀଠର ବଟେଶ୍ଵର ବେଳାଭୂମିରେ ଗଞ୍ଜାମର ଦ ଇକୋ ୱାରିଅରସ୍ ପକ୍ଷରୁ ଏକ ସଫେଇ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଅନ୍ତର୍ଜାତୀୟ ଦୁଃସାହସିକ ସାମୁଦ୍ରିକ ନୌଚାଳନା ଉଇଣ୍ଡସର୍ଫିଙ୍ଗ କୁଇନ ମନସ୍ୱିନୀ ମହାରଣା ଯୋଗଦେଇ ପ୍ଲାଷ୍ଟିକ ଆବର୍ଜନା ସଫେଇ କରିଥିଲେ। ଏହା ସହିତ ଉପସ୍ଥିତ ପର୍ଯ୍ୟଟକଙ୍କୁ ସଚେତନ କରାଇଥିଲେ। ଏହି ଅଭିଯାନରେ ବାଲୁକା ଶିଳ୍ପୀ ସଚିଦା ନନ୍ଦ ପ୍ରଧାନ, ଅକ୍ଷୟ ପ୍ରଧାନ, ପୂର୍ଵତନ ସରପଞ୍ଚ ଶ୍ୟାମା ରେଡି, ବସନ୍ତ ସାହୁ, ପ୍ରଣବ ପ୍ରଧାନ, ଦୁର୍ଗା ମାଧବ ପାଣିଗ୍ରାହୀ, ବଳରାମ ରେଡ୍ଡୀ, ପ୍ରଭାତ ବିଶ୍ବାଳ, ସିମାଞ୍ଚଳ ଦାସ, ଗୁରୁନାଥ ରେଡ୍ଡୀ, କରୁଣା ରେଡ୍ଡୀ, ସନ୍ତୋଷ ତରାଇ, ତ୍ରିଶକ୍ତି ରେଡ୍ଡୀ, ଅଖିଳ ତରାଇ, ଟୁକୁନା ରେଡ୍ଡୀ, ରବୀନ୍ଦ୍ର ଗୌଡ଼, ଅକ୍ଷୟ ପଲାଇ, ପ୍ରଭାତ ପାଣିଗ୍ରାହୀ, ପ୍ରକାଶ ରେଡ୍ଡୀ ପ୍ରମୁଖ ସ୍ବେଛାସେବୀ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରମଦାନ କରିଥିଲେ। ପରେ ବଟେଶ୍ୱର ଶୈବପୀଠ ଓ ମୟୁରପଦା ଗ୍ରାମର ରାସ୍ତାପର୍ଶ୍ୱରେ ବିଭିନ୍ନ ଔଷଧ ଚାରା ରୋପଣ କରିଥିଲେ।

Hot this week

୬ ରାଜ୍ୟର ୮ଟି ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଭୋଟ ଗଣତି

ସମାଜ ଡିଜିଟାଲ ଡେସ୍କ: ବିହାର ବିଧାନସଭା ନିର୍ବାଚନ ଫଳାଫଳ ସହିତ ଆଜି...

ରାଘୋପୁରରେ ତେଜସ୍ୱୀ ଯାଦବ ପଛରେ, ଏନଡିଏ ୧୯୨ ଆସନରେ ଆଗୁଆ

ଡେସ୍କ: ଶୁକ୍ରବାର ସକାଳ ୮ଟାରେ ଗୁରୁତ୍ୱପୂର୍ଣ୍ଣ ବିହାର ବିଧାନସଭା ନିର୍ବାଚନ ପାଇଁ...

ବିହାର ଜନାଦେଶ: ୧୯୦ ସିଟରେ ଆଗୁଆ ଏନଡିଏ

ସମାଜ ଡିଜିଟାଲ ଡେସ୍କ: ବିହାର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି...

୭ମ ରାଉଣ୍ଡ ସୁଦ୍ଧା ଜୟ ଢୋଲକିଆଙ୍କୁ ୩୬, ୦୮୮ ଭୋଟ୍

ନୂଆପଡ଼ା: ନୂଆପଡ଼ାରେ ବଡ଼ ବିଜୟ ପଥେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ।...

Related Articles

Popular Categories