ମା’ ଗଙ୍ଗାଦେବୀଙ୍କ ପୀଠରେ ଯାତ୍ରା ଆରମ୍ଭ

ଗଞ୍ଜାମ: ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଦ ପଞ୍ଚାୟତର ପୁରୁଣାବନ୍ଧ ଗ୍ରlମର ଋଷିକୁଲ୍ୟା ନଦୀ ନିକଟରେ ଥିବା ପ୍ରସିଦ୍ଧ ମା’ ଗଙ୍ଗାଦେବୀଙ୍କ ପୀଠରେ ପବିତ୍ର ଦଶହରା ଉପଲକ୍ଷେ ମା’ଙ୍କ ଯାତ୍ରା ବୁଧବାର ଆରମ୍ଭ ହୋଇଛି l ଏହି ଅବସରରେ ମା’ ଗଙ୍ଗାଦେବୀ ଘଟକୁ ମଙ୍ଗଳ ବାର ଦିନ ଗ୍ରାମ୍ୟ ପରିକ୍ରମା ସହ ଭୋଗ ଲାଗି ହୋଇଥିଲା l ସେହିପରି ନିକଟରେ ଥିବା ବରପଲି ଗ୍ରାମରେ ପୁଡୁଗେଶ୍ଵର ମହାଦେବ ଏବଂ ବାବା ଖଣ୍ଡେଶ୍ଵର ମହାପ୍ରଭୁଙ୍କୁ ପୁଇଁତଳା ଗ୍ରାମରେ ମଧ୍ୟ ଅନୁରୂପ ଭାବେ ଗ୍ରାମ୍ୟ ପରିକ୍ରମା ସହ ଭୋଗ ଲାଗି ହୋଇଥିଲା l

prayash

ବୁଧବାର ଦିନ ଭୋରୁ ମା’ ଗଙ୍ଗା ଦେବୀଙ୍କ ସହ ଖଣ୍ଡେଶ୍ୱର, ପୁଡ଼ୁକେଶ୍ୱର ମହାପ୍ରଭୁଙ୍କୁ ତ୍ରିବେଣୀ ମଠ ଛକ ଠାରେ ମିଳନ ହୋଇ ଶୋଭାଯାତ୍ରାରେ ସ୍ନାନ ପାଇଁ ଋଷୁକୁଲ୍ୟା ନଦୀକୁ ଯାଇଥିଲେ l ସେଠାରେ ସ୍ନାନ ସାରି ଫରିବା ପରେ ଅନ୍ୟ ଦୁଇ ଠାକୁରଙ୍କୁ ନିଜ ନିଜ ମନ୍ଦିରକୁ ନିଆଯାଇଥିଲା l ମା’ ଗଙ୍ଗା ଦେବୀ ମନ୍ଦିରକୁ ଫେରିବା ପରେ ସେଠାରେ ମା’ଙ୍କ ଯାତ୍ରା ଆରମ୍ଭ ହୋଇଥିଲା l  ମନୋରଞ୍ଜନ ନିମନ୍ତେ ସାଂସ୍କୃତିକ କାର୍ଯ୍ୟକ୍ରମ ସ୍ୱରୂପ ତଥା ଦୁଇଟି ରାମାୟଣ ନାଟକ ପରିବେଷଣ ହୋଇଛି l

ଗୁରୁବାର ସନ୍ଧ୍ୟାରେ ଯାତ୍ରା ଶେଷ ହେବ ବୋଲି ଯାତ୍ରା ପରିଚାଳନା କମିଟି ତଥା ଗ୍ରାମବାସୀ ସୂଚନା ଦେଇଛନ୍ତି l ଏହି ଯାତ୍ରାକୁ ପାଳିବନ୍ଦ ଗ୍ରାମ ପଞ୍ଚାୟତର ସମସ୍ତ ଗ୍ରାମ ପରିଚାଳନା କରୁଥିବା ଜଣାପଡିଛି l ଆଖପାଖ ଅଞ୍ଚଳର ବହୁ ଲୋକଙ୍କ ସମାଗମ ହେଇଥିବା ଜଣାପଡିଛି l

kalyan agarbati

Comments are closed.