ଚଢ଼ାଉ ବେଳେ ମାଫିଆଙ୍କ ଆକ୍ରମଣର ଶିକାର ହେଲେ ଅତିରିକ୍ତ ତହସିଲଦାର ଓ ତିନି ଆରଆଇ
ଗଞ୍ଜାମ: ଗଞ୍ଜାମ ଥାନା ଅନ୍ତର୍ଗତ ମାଳିଜଗନ୍ନାଥପୁର ଗ୍ରାମ ନିକଟରେ ବେଆଇନ ବାଲି ଚୋରା ଚାଲାଣ ଅଭିଯୋଗରେ ଚଢାଉ ବେଳେ ଗଞ୍ଜାମ ଅତିରିକ୍ତ ତହସିଲଦାର ଓ ତିନି ଆରଆଇଙ୍କୁ ବାଲି ମାଫିଆ ମାନେ ଆକ୍ରମଣ କରଥିବା ଜଣାପଡିଛି । ଆକ୍ରମଣରେ ଆହତ ହୋଇଥିବା ତହସିଦର ଓ ଆରଆଇଙ୍କୁ ଗଞ୍ଜାମ ମେଡିକାଲରେ ଚିକିତ୍ସା କରାଯାଇଛି । ବିଳମ୍ବିତ ରାତିରେଏହି ଘଟଣା ଘଟିଥିବା ସୂଚନା ମଳିଛି । ଏହି ଘଟଣାରେ ଆକ୍ରମଣର ଶିକାର ହେଇଛନ୍ତି ଅତିରିକ୍ତ ତହସିଲଦାର ଶୁଭେନ୍ଦୁ କୁମାର ଜେନା, ହୁମା ଆରଆଇ ଭାସ୍କର ସାହୁ, ହରିପୁର ବୁରୁଡିର ସୀତାରାମ ସାହୁ ଓ ବଡ଼ ରାମ ଚଦ୍ରପୁର ସୁଶାନ୍ତ କୁମାର ବେହେରା । ଘଟଣା ସମ୍ପର୍କରେ ଖବର ପାଇବା ପରେ ଛତ୍ରପୁର ଏସଡିପିଓ ଗୌତମ କିଷାନ, ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକ, ଗଞ୍ଜାମ ଥାନା ଅଧିକାରୀ ପ୍ରମୁଖ ଆଲୋଚନା କରିବା ସହ ପୁଲିସ ତଦନ୍ତ ଚଳାଇଛି । ସୂଚନା ଅନୁଯାୟୀ ମାଳିଜଗନ୍ନାଥପୁର ଗ୍ରାମ ନିକଟ ଋଷିକୁଲ୍ୟା ନଦୀ ନିକଟରେ ରାତିରେ ବେଆଇନ ଭାବେ ବାଲି ଚୋରା ଚାଲାଣ ହେଉଥିଲା ।
ଏନେଇ କୌଣସି ସୂତ୍ରରୁ ଖବର ପାଇବା ପରେ ତହସିଲ ପକ୍ଷରୁ ଗଞ୍ଜାମ ଅତିରିକ୍ତ ତହସିଲଦାର ଶୁଭେନ୍ଦୁ କୁମାର ଜେନା ଓ ତିନି ଆରଆଇ ଭାସ୍କର ସାହୁ, ସୀତାରାମ ସାହୁ ଓ ସୁଶାନ୍ତ କୁମାର ବେହେରା ଉକ୍ତ ସ୍ଥାନରେ ଚଢ଼ାଉ କରିଥିଲେ । ଚଢ଼ାଉ ବେଳେ ଚାରି ଜଣ ବାଲି ମାଫିଆ ହଠାତ ବାଇକରେ ଆସି ତାଙ୍କୁ ଆକ୍ରମଣ କରିଥିଲେ । ଏପରିକି ପିସ୍ତଲ ଦେଖାଇ ଭୟଭିତ କରିବା ସହ ମୁଦି, ସୁନା ଚେନ, ମୋବାଇଲ ଫୋନ, ପର୍ସ ଛଡେ଼ଇ ନେଇଯାଇଥିଲେ ବୋଲି ଅତିରିକ୍ତ ତହସିଲଦାର କହିଛନ୍ତି । ସେ ଜୀଵନ ବଂଚେଇଵାକୁ ଯାଇ ଭୟରେ ସେଠାରୁ ପଳେଇଆସିଥିଲେ । ପରେ ଘଟଣା ସମ୍ପର୍କରେ ତହସିଲଦାର ଓ ପୁଲିସକୁ ଜଣାଇଥିଲେ । ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଛାନଭିନ ଆରମ୍ଭ କରିଛି l ଅଭିଯୁକ୍ତ ମାନଙ୍କୁ ଯଥା ଶୀର୍ଘ ଧରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି l
Comments are closed.