www.samajalive.in
Sunday, December 7, 2025
23.1 C
Bhubaneswar

ବଟେଶ୍ୱର ଶୈବପୀଠ ପ୍ରାଙ୍ଗଣରେ ଯୁବ ସ୍ବେଛାସେବୀଙ୍କ ଦ୍ୱାରା ସଫେଇ କାର୍ଯ୍ୟକ୍ରମ

ଗଞ୍ଜାମ: ଗଞ୍ଜାମ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ବଟେଶ୍ୱର ଶୈବପୀଠ ଆଖପାଖ ଅଞ୍ଚଳକୁ ସ୍ଥାନୀୟ ନିଳାଦ୍ରୀପୁର ଗ୍ରାମର ଯୁବ ସ୍ବେଛାସେବୀ ମାନଙ୍କ ଦ୍ୱାରା ଶନିବାର ଦିନ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ବେଛାସେବୀମାନେ ମନ୍ଦିର ଚତୁର୍ପାର୍ଶ୍ବ ଏବଂ ମନ୍ଦିର – ବେଳାଭୁମି ମୁଖ୍ୟରାସ୍ତା ଓ ବେଳାଭୁମିରେ ପଡିଥିବା ପ୍ଲାଷ୍ଟିକ ବୋତଲ,ଖାଲି ଖାଦ୍ୟପୁଡ଼ିଆ ଜରି, ଅଳିଆ ଗୁଡିକୁ ସଫେଇ କରିଥିଲେ।ଏହି କାର୍ଯ୍ୟକ୍ରମରେ ପୂର୍ବତନ ସରପଞ୍ଚ ଦିଲିପ ଛୋଟରାୟଙ୍କ ତତ୍ୱାବଧାନରେ ସତିଶ ସ୍ବାଇଁ,ଟୁକୁନା ସ୍ବାଇଁ,ତିଳ ପ୍ରଧାନ,ବଳରାମ ସ୍ବାଇଁ,ସରୋଜ ସାହୁ,ପ୍ରଶାନ୍ତ ଛୋଟରାୟ, ବସନ୍ତ ସ୍ବାଇଁ,ଶିବ,କାଳିଆ,ଅନନ୍ତ,କାହ୍ନା ପ୍ରମୁଖଙ୍କ ସହ ଅନ୍ୟମାନେ ସ୍ଵଛତା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।
ସୂଚନାଯୋଗ୍ୟ ଯେ ଦୁଇଦିନ ତଳେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ବଟେଶ୍ୱର ଶୈବପୀଠ ପରିଦର୍ଶନରେ ଆସି ଶୈବପୀଠ ରେ ଉନ୍ନୟନ ମୂଳକ କାର୍ଯ୍ୟ ଦେଖି ଖୁସିବ୍ୟକ୍ତ କରିବା ସହ ବିଡ଼ିଓ ଏବଂ ମନ୍ଦିର ପରିଚାଳନା କମିଟି କୁ ଉଚ୍ଚ ପ୍ରଶଂସା କରିଥିଲେ।ହେଲେ ସ୍ଵଛତା ପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories