www.samajalive.in
Sunday, December 7, 2025
14.1 C
Bhubaneswar

ବିଷାକ୍ତ ଖାଦ୍ୟ ନେଲା ଭାଇ ଭଉଣୀଙ୍କ ଜୀବନ ; ମାଆ ଗୁରୁତର

ଗଞ୍ଜାମ : ଗଞ୍ଜାମ ଜିଲା ରମ୍ଭା ଥାନା ଗଡଗୁମାରେ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ବିଷାକ୍ତ ଖାଦ୍ୟ ଖାଇ ଚାଲି ଯାଇଛି ଭାଇ ଭଉଣୀଙ୍କ ଜୀବନ। ଏହାସହ ଦୁଇ ଶିଶୁଙ୍କ ମାଆଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଛି।  ମୃତ ଭାଇର ବୟସ ୨ ବର୍ଷ ହୋଇଥିବା ବେଳେ ଭଉଣୀର ବୟସ ୩ ବର୍ଷ ବୋଲି ଜଣାପଡିଛି। ତେବେ କେଉଁ ଖାଦ୍ୟ ଖାଇ ସେମାନଙ୍କ ମୃତ୍ୟୁ ଘଟିଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ।
ସୂଚନାନୁଯାୟୀ, ଗତକାଲି ରାତିରେ ଖାଦ୍ୟ ଖାଇବା ପରେ ଦୁଇ ଶିଶୁ ସମେତ ତାଙ୍କ ମାଆଙ୍କ ବାନ୍ତି ହୋଇଥିଲା। ଏହାପରେ ୩ ଜଣଙ୍କୁ ହସ୍ପିଟାଲ ନିଆଯାଇଥିଲା। ଗଞ୍ଜାମ ସ୍ୱାସ୍ଥ୍ୟକେନ୍ଦ୍ରରେ ଭୋର ସମୟରେ ପୁଅକୁ  ଆଣିବା ବେଳକୁ ମୁତ୍ୟୁ ହୋଇଥିବା ଡ଼।କ୍ତର ବନୋଜ କାନ୍ତ କର ସୂଚନା ଦେଇଛନ୍ତି । ଝିଅଟିର ଛତ୍ରପୁର ମେଡିକାଲରେ ମୁତ୍ୟୁ ହୋଇଥିଲା ବୋଲି ସୂଚନା ମିଲଛି । ଅନ୍ୟପଟେ ମାଆ ସୁନିତା ମହାରଣା ପୁଅ ଝିଅ କଥା ମନେ ପକାଇ ବାରମ୍ବାର ଅଚେତ ହୋଇ ଗଞ୍ଜାମ ମେଡିକାଲରେ ଭର୍ତି ହୋଇଥିଲେ । ପରେ ତାଙ୍କୁ ଅବସ୍ଥା ମଧ୍ୟ ଗୁରୁତର ଯୋଗୁ ବ୍ରହ୍ମପୁର ମେଡିକାଲକୁ ପଠାଯାଇଛି । ଏହି ଘଟଣା ପରେ ରମ୍ଭା ଥାନା ପୁଲିସ  ଗଡ଼ ହୁମାରେ ପହଂଚି ଲୋକଙ୍କୁ ପଚାରି ଉଚରା କରୁଥିବା ଜଣାପଡିଛି । ଏହି ଘଟଣା ପରେ ଗ୍ରାମ ଓ ଆଖ ପାଖ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । କିଭଳି ଏହି ଘଟଣା ଘଟିଲା ତାହାକୁ ନେଇ ଲୋକଙ୍କ ମଧ୍ୟରେ ଆଲୋଚନା ଜୋର ଧରିଛି ।
ମିଳିଥିବା ସୂଚନା ଅନୁଯାଇ ଗତକାଲି ପିଲାମାନେ ଭାତ ନ ଖାଇ କ୍ଷୀର ପିଇ ଶୋଇ ପଡ଼ିଥିଲେ । ସକାଳ ପାଞ୍ଚଟାରେ ଉଠିବା ପରେ ବାନ୍ତି ହୋଇଥିଲା । ସଙ୍ଗେ ସଙ୍ଗେ ତାଙ୍କୁ ମେଡିକାଲ ନିଆଯାଇଥିଲା । ବାଟରେ ପୁଅ ଆଖି ବୁଜି ବୁଜି ଦେଇଥିବା ବେଳେ ଝିଅ ସୁସ୍ଥ ଥିଲେ । କିଛି ସମୟ ପରେ ସେ ମଧ୍ୟ ଅସୁସ୍ଥ ହୋଇ ଛତ୍ରପୁର ମେଡିକାଲରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି । ମୃତ ଶିଶୁଙ୍କ ବାପା ରମାକାନ୍ତ ମହାରଣା ଭାରତୀୟ ସେନାରେ କାର୍ଯ୍ୟ କରନ୍ତି।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories