ଗଞ୍ଜାମ: ଗଞ୍ଜାମ ବ୍ଲକ ଅନ୍ତର୍ଗତ ଖଣ୍ଡଦେଉଳି ସ୍ଥିତ ସହିଦ ଭଗତ ସିଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀ ମାନଙ୍କ ପାଇଁ ଚାଲିଥିବା ଆତ୍ମ ସୁରକ୍ଷା ତାଲିମ ଶିବିରର ଉଦଯାପିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ଅଧ୍ୟାପିକା ମିନତି କୁମାରୀ ରଥଙ୍କ ତତ୍ୱାବଧାନରେ ହୋଇଥିବାବେଳେ ତାଲିମଦାତା ଭାବେ ମମତା ବେହେରା ଓ ରୋହିଣୀ ଖଣ୍ଡୁଆଳ ୮ ଦିନଧରି ୧୬୪ ଜଣ ଛାତ୍ରୀ ମାନଙ୍କୁ ବିଭିନ୍ନ କୌଶଳର ତାଲିମ ଦେଇଥିଲେ। ଉଦଯାପନ ଉତ୍ସବରେ ଜିଲ୍ଲା ସଂଯୋଜକ ଅମୃତ ସେଠି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଆଭିମୁଖ୍ୟ ସମ୍ପର୍କରେ ବୁଝାଇଥିଲେ।ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ରମ୍ଭା ଥାନା ପୁଲିସ ପକ୍ଷରୁ ଛବିରାଣୀ ନାୟକ ସମ୍ମାନୀୟ ଅତିଥିଭାବେ ଯୋଗଦେଇ ଥିଲେ। ଅଧ୍ୟକ୍ଷ ଦିବାକର ସ୍ବାଇଁଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଇଂରାଜୀ ବିଭାଗ ଅଧ୍ୟାପକ ଡ଼ଃ.ଭଗବାନ ତ୍ରିପାଠୀ ସ୍ୱାଗତ ଭାଷଣ ଦେଇଥିବାବେଳେ ପ୍ରାଧ୍ୟାପକ ମୋଚିରାମ ନାହାକ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରାଧ୍ୟାପକ ପ୍ରଶାନ୍ତ କୁମାର ଚୌଧୁରୀ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା ମାନେ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ।
Popular Categories



