ଗଞ୍ଜାମର ଐତିହାସିକ ଦୋଳଯାତ୍ରା : ଉତ୍ସବ ମୁଖର ସହର
ଗଞ୍ଜାମ : ଗଞ୍ଜାମ ସହରରେ ଐତିହାସିକ ଦୋଳଯାତ୍ରା ଅବସରରେ ରବିବାର ଦିନ ସାହି ଯାତ୍ରା ଅନୁଷ୍ଠିତ ହୋଇଛି। ଏଥିପାଇଁ ଗଞ୍ଜାମ ସହର ସମେତ ଏହାର ଆଖ ଫାଖ ଅଞ୍ଚଳ ଏବେ ଚଳଚଞ୍ଚଳ ସହିତ ଉତ୍ସବ ମୁଖର ହୋଇଉଠିଛି। ଶନିବାର ମଧ୍ୟ୍ୟ ରାତ୍ରରେ ସମସ୍ତ ଠାକୁରଙ୍କୁ ବିରାଟ ଶୋଭାଯାତ୍ରାରେ ବାଦ୍ୟ ବାଜଣା ବଜେଇ ଲୋକମାନେ ଦ୍ଵାର ଭୋଗ ଲଗାଇଥିଲେ। ବିଭିନ୍ନ ସାହିର ସୁସଜିତ ରଙ୍ଗୀନ ଆଲୋକ ମାଳା ବର୍ତ୍ତମାନ ଯାତ୍ରାର ଶୋଭାକୁ ଦିଗୁଣିତ କରିଛି। ଯାତ୍ରା ପାଇଁ ଆସୁଥିବା ସମସ୍ତ ସାହିରେ ସାହି ଯାତ୍ରା ନିମନ୍ତେ ପ୍ରସ୍ତୁତି ଶେଷ ହୋଇଛି। ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ବିଭିନ୍ନ ଅଞ୍ଚଳନୃତ୍ୟ ଦଳ ପରିବେଷଣ ପାଇଁ ଆସି ପହଞ୍ଚି ଯାଇଛନ୍ତି। ଅନ୍ୟ ପଟେ ଯାତ୍ରାରେ ପ୍ରତିବର୍ଷ ଭଳି ଆନ୍ଦ୍ରପ୍ରଦେଶର ବେଲୁନ ବେପାରୀ ମାନେ ସହରରେ ଭିଡ଼ ଜମେଇ ସାରିଲେଣି। ଏହି ସାହି ଯାତ୍ରାରେ ପ୍ରତେକ ସାହିରେ ରାତି ତମାମ ବିଭିନ୍ନ ନାଟକ ପରିବେଷଣ ହେବ। ପ୍ରତେକ ସାହି ଠାକୁର ସେହି ସାହିରେ ହିଁ ରାତିସାରା ବସି ପୂଜା ପାଇବେ। ସୋମବାର ପୂର୍ବାହ୍ନରେ ସାହି ଯାତ୍ରା ଶେଷ ହେବ। ଗଞ୍ଜାମ ସହର ସାମନ୍ତରାୟ ସାହି, ପଣ୍ଡା ସାହି, ଚୌଧୁରିସାହି, ଦୁର୍ଗା ଦେବୀ ସାହି, ନୂଆଁ ସାହି, ରାଉଳ ସାହି, ଓଡ଼ିଆ ଢମଣା ସାହି, ବ୍ରାହ୍ମଣ ଢମଣା ସାହି, ଓଡ଼ିଆ ଢମଣା ସାହି, ସାନବଜାର, ଦାମଦରପୁର, ପୁଇଁତଳା କାର୍ଜି ସାହି, ବାରିକି ସାହି, ସୂର୍ଯ୍ୟନାରୟଣ ପୁର, ବିଞ୍ଚଣା ପଲ୍ଲୀ ଗ୍ରାମରେ ସାହି ଯାତ୍ରା ଅନୁଷ୍ଠିତ ହେଉଥିବା ହେଉଥିବା ଜଣାପଡିଛି।
Comments are closed.