ନିୟନ୍ତ୍ରଣ ବାହାରେ ସମୁଦ୍ର ଜୁଆର, ଲୋକେ ଭୟଭିତ

ଗଞ୍ଜାମ : ଡରାଉଛି ସମୁଦ୍ର ଜୁଆର। ହୁ ହୁ ଗର୍ଜନ କରି କୂଳକୁ ମାଡି ଆସୁଛି ୨୫ ଫୁଟ ଉଚ୍ଚର ଜୁଆର। ଗଞ୍ଜାମ ଜିଲ୍ଲାର ଚିକିଟି ଅଞ୍ଚଳର ଲୋକେ ଭୟଭିତ ହୋଇପଡିଛନ୍ତି। ଗାଁ ଆଡକୁ ମାଡି ଆସୁଥିବା ଉଚ୍ଚ ଜୁଆର ଆଗାରେ ସବୁ କିଛି ତୁଚ୍ଛ ହୋଇଯାଉଛି। ଗତକାଲି ସମୁଦ୍ର ଗର୍ଭରେ ୫ ଟି ଘର ଲୀନ ହୋଇଥିବା ବେଳେ ଆଜି ଆଉ ୧୦ ଟି ଘର ସମୁଦ୍ରର କରାଳ ରୂପ ଆଗରେ ହାରମାନି ଯାଇଛି।

prayash

ଆଜି ପୂର୍ଣ୍ଣିମା ଥିବାରୁ ସମୁଦ୍ରର ଜୁଆର ନିୟନ୍ତ୍ରଣ ବାହାରକୁ ଚାଲିଯାଇ ଥିଲା। ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ଜୁଆର ଆସିବା ଆଶଙ୍କା ଥିବାରୁ ଅଞ୍ଚଳବାସୀଙ୍କ ଆଖିରୁ ନିଦ ହଜି ଯାଇଛି। ଆସନ୍ତାକାଲି ସୁଦ୍ଧା ସମୁଦ୍ର ଗର୍ଭରେ ୫୦ ଘର ଲୀନ ହେବ ବୋଲି ଆଶଙ୍କା କରାଯାଉଛି।

kalyan agarbati

Comments are closed.