Patra electronics

ଉତ୍କଳ ସମ୍ମିଳନୀ ପକ୍ଷରୁ ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

ଭୁବନେଶ୍ୱର : ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ଜନ୍ମଜୟନ୍ତୀରେ ଉତ୍କଳ ସମ୍ମିଳନୀ, ଭୁବନେଶ୍ୱର ଶାଖା ପକ୍ଷରୁ ସଭାପତି ଅଶୋକ ଦାସଙ୍କ ନେତୃତ୍ୱରେ ଭୁବନେଶ୍ୱରସ୍ଥିତ ନାଲ୍‌କୋ ଛକରେ ଥିବା ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଥିଲା। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଶାଖାର ଅକ୍ଷୟ ମହାପାତ୍ର, ନରେନ ସାହୁ, ଭରତ ଦାସ, ଶାନ୍ତିଲତା ସାହୁ, ନିରଞ୍ଜନ ପଣ୍ଡା, କେନ୍ଦ୍ରୀୟ ସଭାପତି ଅଦ୍ୱୈତ ପାତ୍ର, ସମ୍ପାଦକ ରବୀନ୍ଦ୍ର ମିଶ୍ର ପ୍ରମୁଖ ବହୁ ସଭ୍ୟ ଯୋଗ ଦେଇ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହି ଅବସରରେ ସେମାନେ ଗଙ୍ଗାଧର ମେହେରଙ୍କ ତ୍ୟାଗ ଓ ଆଦର୍ଶ ବିଷୟରେ ଆଲୋକପାତ କରି ଆଜିର ଯୁବପିଢି ଗଙ୍ଗାଧର ମେହେରଙ୍କ ଆଦର୍ଶରେ ଅନୁପ୍ରାଣିତ ହେଲେ ତାହା ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ମତବ୍ୟକ୍ତ କରିଥିଲେ।

Comments are closed.