ବିପଦ ସଙ୍କେତ ନିକଟରେ ଗଙ୍ଗା ନଦୀ

ଡେରାଡୁନ : ପ୍ରବଳ ବର୍ଷା ଯୋଗୁଁ ଉତ୍ତରାଖଣ୍ଡର ରିଷିକେଶ ନିକଟରେ ଗଙ୍ଗାନଦୀ ବିପଦ ସଙ୍କେତ ନିକଟରେ ପହଞ୍ଚିଛି। ପାଣିପାଗ ବିଭାଗ କହିବା ଅନୁଯାୟୀ ଉତ୍ତରାଖଣ୍ଡର ଅଧିକାଂଶ ଅଞ୍ଚଳରେ ଆଗାମୀ ଦିନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ତେଣୁ ନଦୀର ଜଳସ୍ତର ବୃଦ୍ଧି ପାଇବାର ଆଶଙ୍କା ରହିଛି। ବୁଧବାର ସକାଳେ ରିଷିକେଶ ନିକଟରେ ଗଙ୍ଗାନଦୀର ଜଳସ୍ତର ୩୩୮.୦୫ ମିଟରରେ ପହଞ୍ଚିଥିଲା। ସ୍ଥାନୀୟ ପ୍ରଶାସନ ନଦୀକୂଳବର୍ତ୍ତୀ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି।

kalyan agarbati

Comments are closed.