କଣ୍ଟାବାଞ୍ଜି ଵିଜ୍ଞପିତ ଅଞ୍ଚଳ ପରିଷଦରେ ମହାତ୍ମା ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ
କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ଵିଜ୍ଞପିତ ଅଞ୍ଚଳ ପରିଷଦ ତରଫରୁ, ଜାତିର ପିତା ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନ ମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଏବଂ ସ୍ୱଚ୍ଛତା କାର୍ଯ୍ୟକ୍ରମ, ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ସ୍ଥାନୀୟ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଛି। ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ନିରଞ୍ଜନ ଧଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ବିଧାୟକ ସନ୍ତୋଷ ସିଂ ସାଲୁଜା ଅନ୍ୟତମ ଅତିଥି ନଗରପାଳ ବାରି୍ୟାମସିଂ ସାଲୁଜା, ଉପାଧ୍ୟକ୍ଷା ମନୋରମା ରାଉତ ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ଶାସ୍ତ୍ରିଜୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ ଗାନ୍ଧିଜୀଙ୍କ ଜୀବନୀ ଓ ତାଙ୍କର ଉପଦେଶ ଓ ଦେଶ ପ୍ରତି ତାଙ୍କର ବଳିଦାନର ସ୍ମୃତି ଚାରଣ କରିବା ସହ, ବାପୁଜୀ ସଦାବେଳେ ସଫାଇ ଓ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେଉଥିଲେ, ତେଣୁ ସହରରେ ସଫେଇ ଓ ସ୍ୱଚ୍ଛତାକୁ ପ୍ରାଥମିକତା ଦେବା, ଆମର କର୍ତ୍ତବ୍ୟ ବୋଲି ଉପସ୍ଥିତ ସଫେଇ କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ। ଅନ୍ୟ ପକ୍ଷରେ ନଗରପାଳ ବରିୟାମ ସିଂ ସାଲୁଜା ସଫେଇ କର୍ମଚାରୀଙ୍କ କାର୍ଯ୍ୟର ପ୍ରଶଂସା କରିବା ସହ ତାଙ୍କର ମନୋବଳ ବଢ଼ାଇଥିଲେ।
ପରେ ଦେଶପାଳନ କରୁଥିବା ଆଜାଦୀ କା ଅମୃତ ବର୍ଷ ଅବସରେ ବିଭିନ୍ନ ୱାର୍ଡ଼ରେ ସ୍ୱୟଂ ସହାୟକ ମହିଳା ଗୋଷ୍ଠିଙ୍କୁ ନେଇ ଆୟୋଜିତ ହୋଇଥିବା ବିଭିହ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ପରେ ବିଧାୟକ ସାଲୁଜା, ନଗରପାଳ, ଉପାଧ୍ୟକ୍ଷା, କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ସମସ୍ତ କର୍ମଚାରୀ ଝାଡୁ ଧରି କାର୍ଯ୍ୟାଳୟ ସାମ୍ନା ରାସ୍ତା ଓ କେତକ ୱାର୍ଡ଼ ରାସ୍ତା ସଫା କରିଥିଲେ। ପରେ କାର୍ଯ୍ୟାଳୟରେ ଏକ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇ ସ୍ୱଚ୍ଛ ସଫେଇ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଥିଲା। ଅନ୍ୟ ମାନଙ୍କ ମଧ୍ୟରେ ୱାର୍ଡ଼ କାଉନ ସିଲର, କୌଶିକ ମେହେର, ଅମରେନ୍ଦ୍ର ତାଣ୍ଡି, କାର୍ତ୍ତିକ ପୁଟେଲ, ଲଳିତ ଅଗ୍ରୱାଲ, ମନୀଷ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ.
Comments are closed.