ଆଠଗଡ କଂଗ୍ରେସ କାର୍ଯ୍ୟାଳୟରେ ଗାନ୍ଧିଜୟନ୍ତୀ
ଆଠଗଡ : ଆଠଗଡ କଂଗ୍ରେସ କାର୍ଯ୍ୟାଳୟରେ ଜାତିରଜନକ ମହାତ୍ମାଗାନ୍ଧୀଙ୍କ ଜୟନ୍ତୀ ଉତ୍ସବ ବରିଷ୍ଠ କଂଗ୍ରେସ ନେତା ଉମାବଲ୍ଲଭ ରଥଙ୍କ ପୌରୋହିତ୍ୟରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଦଳର ବହୁ କର୍ମକର୍ତ୍ତା ଓ କଂଗ୍ରେସ ପ୍ରେମୀ ଯୋଗଦେଇ କାର୍ଯ୍ୟାଳୟ ପରିସରରେ ପ୍ରତିଷ୍ଠିତ ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଶ୍ରୀ ରଥ ଏହି ଅବସରେ ଉଦବୋଧନ ଦେଇ ଗନ୍ଧିଙ୍କର ନୀତି, ଆଦର୍ଶ ଓ ତାଙ୍କ ବାଣୀ ସଂପର୍କରେ ଆଲୋକପାତ କରିଥିଲେ। ବ୍ରିଟିଶ ଶାସନ ବିରୋଧରେ ଆରମ୍ଭ କରିଥିବା ଭାରତ ଛାଡ ଆନ୍ଦୋଳନ ତାଙ୍କୁ ଯୁଗପୁରୁଷ ଭାବେ ଅବିହିତ କରିବା ସହ ଏହା ଇତିହାସରେ ଗାନ୍ଧିଯୁଗ ଭାବରେ ନାମିତ ହୋଇଥିଲା। ଓଡିଶା ସହିତ ଗାନ୍ଧିଙ୍କର ସଂପର୍କ ଅତି ନିବିଡ ଥିଲା। ସେ ୧୯୨୧ରୁ ୧୯୪୬ମସିହା ମଧ୍ୟରେ ଓଡିଶାକୁ ୮ଥର ଆସିଥିଲେ ବୋଲି ଶ୍ରୀ ରଥ କହିଥିଲେ। ଓଡିଶା ପ୍ରତି ତାଙ୍କର ଥିବା ଶ୍ରଦ୍ଧା, ସହାନୁଭୂତି ଓ ଆନ୍ତରିକତା ତାଙ୍କୁ ଓଡିଶାମାଟିକୁ ଟାଣି ଆଣୁଥିଲା ଏବଂ ଭାଷାଭିତ୍ତିକ ପ୍ରଦେଶ ଗଠନ ପ୍ରତି ଗାନ୍ଧିଜୀ ସମ୍ବେଦନଶୀଳ ଥିଲେ ବୋଲି ଶ୍ରୀ ରଥ କହିବା ସହ ଗାନ୍ଧିଙ୍କ ବିଚାରଧାରା ଓ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ କଂଗ୍ରେସ କର୍ମୀ ଓ କର୍ମକର୍ତ୍ତାଙ୍କୁ ଆହ୍ୱାନ ଜଣାଇଥିଲେ। ବ୍ଲକ କଂଗ୍ରେସ ସଭାପତି ସୁଦର୍ଶନ ସାହୁ, ପୂର୍ବତନ ସରପଞ୍ଚ ଗୋକୁଳାନନ୍ଦ ଦାଶ, ଆଠଗଡ ନଗର ସଭାପତି ସୋମନାଥ ଭକ୍ତା, ବରିଷ୍ଠ ନେତା ସୁରେଶ ପରିଡା, ସୁନିଲ ସୁତାର, କୈଳାସ ସାହୁ, ମନୋରଞ୍ଜନ ପଟ୍ଟନାୟକ, ପ୍ରଶାନ୍ତ ବେହେରା, ସମ୍ବିତ ଦଳାଇ, ଶ୍ରୀନିବାସ ବାରିକ, ବାଞ୍ଛାନିଧି ଜେନା, ମନୋରଞ୍ଜନ ଦାଶ, ଅଶୋକ ପ୍ରଧାନ, ସଞ୍ଜୟ ଜେନା, ଅଜୟ ନାୟକ ପ୍ରମୁଖ ଉଦବୋଧନ ଦେବା ସହ ଗାନ୍ଧିଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
Comments are closed.