www.samajalive.in
Sunday, December 7, 2025
26.1 C
Bhubaneswar

ପଦଯାତ୍ରୀ ଦଳଙ୍କୁ ଐତିହାସିକ ଗାନ୍ଧୀ ପୀଠ ବେରବୋଇରେ ସ୍ବାଗତ

ସୁଆଣ୍ଡୋ : ମହାତ୍ମାଗାନ୍ଧୀଙ୍କ ଅହିଂସା ଶାନ୍ତି ଅସ୍ପୃଶ୍ୟତା ନିବାରଣ ଆଦି ଜାତି ଗଠନର ବିଚାରଧାରାର ପ୍ରଚାର ପ୍ରସାର କରିବା ଲକ୍ଷ୍ୟରେ ଜଟଣୀ ଗାନ୍ଧୀ ପାର୍କ ଠାରୁ ଆରମ୍ଭ ହୋଇଥିବା ପଦଯାତ୍ରୀଙ୍କୁ ଐତିହାସିକ ଗାନ୍ଧୀ ସ୍ମୃତି ପୀଠରେ ରବିବାର ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଜିଲା କ୍ରୀଡା ଅଧିକାରୀ ଲଳିତ ମହାନ୍ତି ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ । ପଦଯାତ୍ରୀମାନେ ବାଛରା ଅରଗୁଳ ଯମୁନାଛକ ତିରିମଲ ଜଗଦଳପୁର ବାଟ ଦେଇ ୨୫ କି.ମି ପରିକ୍ରମା କରି ବେରବୋଇ ଠାରେ ପହଞ୍ଚି ଥିଲେ । ରାସ୍ତାର ବିଭିନ୍ନ ସ୍ଥାନରେ ବିଭିନ୍ନ ସଙ୍ଗଠନ ତରଫରୁ ପଦଯାତ୍ରୀଙ୍କୁ ସମ୍ବର୍ଧନା ଦିଆଯାଇଥିଲା । ଗାନ୍ଧୀଙ୍କ ୧୫୦ତମ ଜନ୍ମ ଜୟନ୍ତୀ ପରିପ୍ରେକ୍ଷୀରେ ଏହି ପଦଯାତ୍ରା କରାଯାଉଛି । ବେରବୋଇ କସ୍ତୁରବା ସେବା କେନ୍ଦ୍ର ପକ୍ଷରୁ କବିତାରାଣୀ ପରିଡା, ମିଶନ ଶକ୍ତି ମହିଳା ସଂଘର ଭାରତୀ ଚମ୍ପତି, ମମତା ଛାଟୋଇ ପଦଯାତ୍ରୀ ଦଳଙ୍କୁ ଫୁଲତୋଡା ଆଦି ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ, ସର୍ବଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା । ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ ସାହୁ, ଅବନୀ ରାଉତରାୟଙ୍କ ସହିତ ଗାନ୍ଧୀ ସ୍ମାରକୀ କମିଟିର ସଦସ୍ୟମାନେ ଅଂଶଗ୍ରହଣ କରିଥିଲେ । ଚନ୍ଦ୍ରଶେଖର ବିଶ୍ୱାଳ ଏହାର ସଂଯୋଜନା କରିଥିଲେ।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories