www.samajalive.in
Sunday, December 7, 2025
26.1 C
Bhubaneswar

ଗଞ୍ଜାମରେ ଗହ୍ମାଡିଅାଁ ଖେଳ

ବ୍ରହ୍ମପୁର : ଆଧୁନିକାତାର ସ୍ପର୍ଶରେ ଅନେକ ପାରମ୍ପରିକ ଲୋକ ସଂସ୍କୃତି ଦିନକୁ ଦିନ ଲୋପ ପାଇବାକୁ ବସିଲାଣି । ଗହ୍ମା ପୂର୍ଣ୍ଣିମା ପର୍ବ ଏଭଳି ଏକ ପରମ୍ପରା ଏକଦା ଜୀବନଚର୍ଯ୍ୟା ସହିତ ଘନିଷ୍ଠ ଭାବେ ଯୋଡ଼ି ହୋଇ ରହିଥିଲା । ଏହା ଏକ କୃଷିଭିତ୍ତିକ ପର୍ବ ଥିଲେ ହେଁ ଆଜିକାଲି ତାହା ହଜିଯାଉଥିବା ଦେଖିବାକୁ ମିଳୁଛି ।

ଏହି ଦିନ ମହାପ୍ରଭୁ ବଳଭଦ୍ରଙ୍କ ଜନ୍ମଦିନ ହୋଇଥିବାରୁ ଏଥିରେ ଗାଁଗୁଡ଼ିକରେ ପାରମ୍ପରିକ ପିଠା ପ୍ରସ୍ତୁତି ସହିତ ଗୋରୁଗାଈଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ । ମୁଖ୍ୟତଃ କୃଷିର ଉନ୍ନତି ସାଧନ ଏହି ପର୍ବର ମୁଖ୍ୟ ଲକ୍ଷ୍ୟ । ଚାଷୀମାନେ ସେମାନଙ୍କ ଚାଷବାସ କାମ ସାରି ଆଜି ଦିନରେ ଏହି ପର୍ବକୁ ଉତ୍ସାହ ସହକାରେ ପାଳନ କରୁଥିଲେ ହେଁ ଆଜିକାଲି ଏ ପର୍ବ ରାକ୍ଷୀ ବାନ୍ଧିବା ନୀତିରେ ସୀମିତ ହୋଇଯାଇଛି । ଭଉଣୀମାନେ ସେମାନଙ୍କ ଭାଇ ହାତରେ ରାକ୍ଷୀ ବାନ୍ଧି ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଏହି ପର୍ବର ପ୍ରାସଙ୍ଗିକତାକୁ ପ୍ରାୟତଃ କେତେକ ସ୍ଥଳେ ବଦଳାଇ ଦେଇଥିବା ଦେଖିବାକୁ ମିଳୁଛି ।

- Advertisement -

ସମ୍ପ୍ରତି ପଶୁ ସମ୍ପଦର ସଂଖ୍ୟା କ୍ରମାଗତ ଭାବେ ହ୍ରାସ ଘଟୁଥିବାବେଳେ ଏପରି ପରମ୍ପରାର ଦ୍ରୁତ ଅବକ୍ଷୟ ଘଟିବାରେ ଲାଗିଛି । ପ୍ରଭୁ ବଳଭଦ୍ରଙ୍କ ହାତରେ ଗହ୍ମାସୁରର ମୃତ୍ୟୁ ହେବା ପରେ ପୃଥିବୀ ପୃଷ୍ଠରୁ ପାପ କମିଯାଇଥିବାରୁ ଲୋକେ ଆନନ୍ଦରେ ଗହ୍ମା ଡିଆଁ ଖେଳ ଖେଳିଥାନ୍ତି ବୋଲି ଲୋକ କଥା ରହିଛି । ମାଟି ଓ ବାଲିରେ ନିର୍ମିତ ୫ ଫୁଟରୁ ୬ ଫୁଟ ଉଚ୍ଚତା ବିଶିଷ୍ଟ ଗହ୍ମାକୁଦା ଉପରେ ଡେଇଁ ଏହି ଖେଳ ଖେଳି ଯୁବକମାନେ ଖୁସି ମନାଇଥାନ୍ତି । ଏଥିରେ ଅନେକ ପ୍ରତିଦ୍ୱନ୍ଦ୍ୱୀ ଉତ୍ସାହ ଉଦ୍ଦୀପନାର ସହିତ ଭାଗ ନେଇଥାନ୍ତି । ଯେଉଁ ପ୍ରତିଦ୍ୱନ୍ଦ୍ୱୀ ଡିଆଁରେ କୃତକାର୍ଯ୍ୟ ହୁଅନ୍ତି ସେମାନେ ଲମ୍ବା ବାଉଁଶରେ ବନ୍ଧାଯାଇଥିବା ସାମଗ୍ରୀ ନେଇ ଯାଇଥାନ୍ତି । ଏହି ପାରମ୍ପରିକ କ୍ରୀଡ଼ାର ଦିନକୁ ଦିନ ଅବକ୍ଷୟ ହେବାରେ ଲାଗିଛି । ଗ୍ରାମାଞ୍ଚଳର କେତେକ ସାହିବସ୍ତିରେ ଏହି ଖେଳ ହେଉଥିବାବେଳେ ସହରାଞ୍ଚଳରେ ଏହି ଗହ୍ମାଡିଅାଁ ଖେଳ ପ୍ରାୟ ଲୋପ ପାଇବାକୁ ବସିଥିବା ଦେଖିବାକୁ ମିଳୁଛି

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories