ଗଜପତି ଜିଲାପାଳଙ୍କ ଦୁର୍ଗମ ଅଞ୍ଚଳ ଛେଲାଗଡ ଗସ୍ତ, ପାହାଡ଼ ଶିଖରରେ ଥିବା ମନ୍ଦିର ପରିଦର୍ଶନ ସହ ଉଦଘାଟନ କଲେ ମଣ୍ଡପ

ଚାନ୍ଦିପୁଟ/ରାମଗିରି: ଗଜପତି ଜିଲା ଆର.ଉଦୟଗିରି ବ୍ଳକ ଅନ୍ତର୍ଗତ ଦୁର୍ଗମ ଅଞ୍ଚଳ ଛେଲ୍ଲାଗଡ ପଞ୍ଚାୟତକୁ ଗଜପତି ଜିଲାପାଳ ଲିଙ୍ଗରାଜ ପଣ୍ଡା ଗସ୍ତ କରିବା ସହ ବିଭିନ୍ନ ଉନ୍ନୟନ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି। ଜିଲାପାଳଙ୍କ ଗସ୍ତ ପାଇଁ ଉତ୍ସବ ମୁଖର ହୋଇଥିଲା ଛେଲ୍ଲାଗଡ ଗ୍ରାମ । ପାରମ୍ପରିକ ବାଜା ସହ କୁନି କୁନି ପିଲାଙ୍କ ସୁନ୍ଦର ନାଚରେ ଜିଲାପାଳଙ୍କୁ ସ୍ବାଗତ କରାଯାଇଥିଲା। ଏହି ଅବସରରେ ଛେଲ୍ଲାଗଡ ଗ୍ରାମ ଠାରେ ସାଧାରଣ ସଭା ଆୟୋଜନ ହୋଇଥିବା ବେଳେ ଆୟୋଜିତ କାର୍ଯ୍ୟକ୍ରମରେ ଅଞ୍ଚଳର ୫୨ଟି ଭୂମିହୀନ ପରିବାରକୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରିଛନ୍ତି ଜିଲାପାଳ ଲିଙ୍ଗରାଜ ପଣ୍ଡା। ଏହା ସହ ତିନୋଟି ମହିଳା ଗୃପକୁ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ଛେଳିପାଳନ ନିମନ୍ତେ ଗୋ-ସୁଗମ ଯୋଜନାରେ ରୁଣ ପ୍ରଦାନ କରାଯାଇଥିଲା । ଛେଲ୍ଲାଗଡ ଗ୍ରାମର ପର୍ବତ ଶିଖରେ ଅବସ୍ଥିତ ବହୁ ପୁରାତନ ଐତିହାସିକ କିମ୍ବଦନ୍ତୀ ସମ୍ପର୍ଣ୍ଣ ଗୁପ୍ତେଶ୍ୱର ମନ୍ଦିର ସୌନ୍ଦର୍ଯ୍ୟକରଣ ସହ ପ୍ରସିଦ୍ଧ ଦର୍ଶନୀୟ ଭାବେ ବେଶ ପରିଚିତ ଥିବାରୁ ଭବିଷ୍ୟତରେ ଏହାକୁ ପ୍ରସିଦ୍ଧ ପ୍ରର୍ଯ୍ୟଟନ ସ୍ଥଳ କରିବାକୁ ପ୍ରସାଶନ ପକ୍ଷରୁ ପରିକଳ୍ପନା କରାଯାଇଛି । ମନ୍ଦିର ପାଦଦେଶରେ ଏକ ସୁନ୍ଦର ପାର୍କ ନିର୍ମାଣ ପାଇଁ ଯୋଜନା ରହିଥିବାବେଳେ, ଏହାର ନାମ ଲିଙ୍ଗରାଜ ପାର୍କ ରଖାଯିବ ବୋଲି ଆର ଉଦୟଗିରି ବ୍ଳକ ଅଧ୍ୟକ୍ଷ ଲକ୍ଷ୍ମୀ ଚରଣ ଶବର ଘୋଷଣା କରିଛନ୍ତି। ବିଶେଷ କରି ଅଞ୍ଚଳବାସୀଙ୍କ ଆସ୍ଥା ଓ ବିଶ୍ବାସ ସହ ଜଡ଼ିତ ପାହାଡ଼ ଶିଖରରେ ଅବସ୍ଥିତ ଐତିହାସିକ କିମ୍ବଦନ୍ତୀ ସମ୍ପୂର୍ଣ ମହାଦେବ କପିଳେଶ୍ୱର ମନ୍ଦିରକୁ ବୁଲି ଦେଖିବା ସହ ମନ୍ଦିର ପ୍ରାଙ୍ଗଣରେ ନବ ନିର୍ମିତ ମଣ୍ଡପକୁ ଉଦଘାଟନ କରିଛନ୍ତି। ଆସନ୍ତା ମେ ମାସ ରେ ମନ୍ଦିରର ପ୍ରତିଷ୍ଠା ଉତ୍ସବ ରହିଥିବା ବେଳେ,ତାହାକୁ ଧୁମଧାମରେ ଓ ଶାନ୍ତି ଶୃଙ୍ଖଳାର ସହ ପାଳନ କରିବା ପାଇଁ ସମସ୍ତ ଅତିଥି ମାନେ ଗ୍ରାମବାସଙ୍କୁ ନିବେଦନ କରିଥିଲେ ଜିଲ୍ଲାପାଳ।ଜିଲ୍ଲାପାଳଙ୍କ ଗସ୍ତ ସମୟରେ ମାନ୍ୟବର ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ମୋହନା ବିଧାୟକ ଦାସରଥି ଗମାଙ୍ଗ,ବିଡ଼ିଓ ଲରିମନ୍ ଖର୍ସେଲ୍, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି.ତିରୁପତି, ବ୍ଳକ୍ ଅଧ୍ୟକ୍ଷ ଲକ୍ଷ୍ମୀ ନାରାୟଣ ଶବର, ସମାଜସେବୀ ଜଗବନ୍ଧୁ ଦାଶ ପ୍ରମୁଖ ଙ୍କ ସମେତ ଉପଜିଲ୍ଲାପାଳ ପ୍ରଦୀପ କୁମାର ନାୟକ, ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ରୋମାଞ୍ଚଳ ଖମାରୀ , ଜଳସେଚନ ପ୍ରକଳ୍ପ ସ୍ବତନ୍ତ୍ର ଅଧିକ୍ଷଣ ଯନ୍ତ୍ରୀ ନଗେନ୍ଦ୍ର ନାଥ ମହାରଣା, ତହସିଲଦାର ଜ୍ୟୋତିମୟ ଦାସ, ସ୍ଥାନୀୟ ସରପଞ୍ଚ ଡାଳିମ୍ବ ଗମାଙ୍ଗଙ୍କ ସହ ବହୁ ବିଭାଗୀୟ ପଦାଧିକାରୀ , କର୍ମଚାରୀ, ଓ ଅଞ୍ଚଳର ସମସ୍ତ ଜନପ୍ରତିନିଧି ମାନେ ଉପସ୍ଥିତ ଥିଲେ।

kalyan agarbati

Comments are closed.