ସ୍ଵାତୀ ଓ ଏଚଡିଏଫସି ବ୍ୟାଙ୍କ ମିଳିତ ସହଯୋଗରେ ରକ୍ତଦାନ ଶିବିର, ୩୮ୟୁନିଟି ରକ୍ତ ସଂଗୃହ

ଜି ଉଦୟଗିରି : ବିଶ୍ଵ ଏଡସ୍ ଦିବସ ଅବସରରେ ଜି ଉଦୟଗିରି ବ୍ଳକ ଅନ୍ତର୍ଗତ ଗ୍ରେସିଙ୍ଗୀଆ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ  ସ୍ବେଚ୍ଛାସେବୀ ଅନୁଷ୍ଠାନ ସ୍ଵାତୀ ଓ ଫୁଲବାଣୀ ଏଚଡିଏଫସି ବ୍ୟାଙ୍କ ମିଳିତ ସହଯୋଗରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଷମା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଶିବିରକୁ ଉଦଘାଟନ କରିଥିଲେ। ଉକ୍ତ ରକ୍ତଦାନ ଶିବିରରେ ମୋଟ ୩୮ଜଣ ରକ୍ତଦାତା ରକ୍ତଦାନ କରିଥିଲେ ।
ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ମାଜିରା ପ୍ରଧାନ, ଥାନା ଅଧିକାରୀ ଅଜୟ କୁମାର ସ୍ଵାଇଁ, ଏଏସଆଇ ବିନୟ କୁମାର ମହାରଣା ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଫୁଲବାଣୀ ରକ୍ତଭଣ୍ଡାର ଡା. ଜୟଦିପ୍ ଘୋଷ, ଡିଏମଏ ପ୍ରଶାନ୍ତ କୁମାର ରତ୍ନାଳୁ, ଏଲଟି ଦୀନକୃଷ୍ଣ ମହନ୍ତ, ଅର୍ଚ୍ଚନା ପ୍ରଧାନ ଓ ବରୁଣ ବେହେରା ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥଲେ। କାର୍ଯ୍ୟକ୍ରମକୁ ସ୍ଵାତୀର କର୍ମୀ ବିଶ୍ବରଂଜନ କର, ଗିରିଶ ସାମଲ ଓ ଫୁଲବାଣୀ ଏଚଡିଏଫସି ମୁଖ୍ୟ ଦୀପ୍ତି ପ୍ରାସାଦ ରଥ ପରିଚାଳନା କରିଥିଲେ।

Comments are closed.