ଅସହାୟ ପକ୍ଷାଘାତ ରୋଗୀଙ୍କୁ ମିଳିଲା ସହାୟତା; ପୁଅର ମୃତ୍ୟୁ ପରେ ବୋହୂ ଚାହିଁଲାନି ମୁହଁ
ଜି ଉଦୟଗିରି: ପରିଣତ ବୟସ ଓ ପକ୍ଷାଘାତ ରୋଗରେ ପୀଡିତ ହେବା ପରେ ମଣିଷକୁ କିପରି ନିଜର ଲୋକମାନେ ପର କରିଦିଅନ୍ତି ତାର ଏକ ବାସ୍ତବ ଚିତ୍ର ଦେଖିବାକୁ ମିଳିଛି ଜି ଉଦୟଗିରି ବ୍ଲକ ଅନ୍ତର୍ଗତ ଗ୍ରେସିଙ୍ଗିଆ ପଞ୍ଚାୟତ ସ୍ଥିତ କିରମାହା ଗ୍ରାମରେ । ସେହି ଗାଁର ଲାଇଲା ନାୟକ (୫୫)ଙ୍କ ପୁଅ ପରଲୋକ ହୋଇଥିଲା । ପରେ କିଛି ଦିନ ହେବ ସେ ପକ୍ଷାଘାତ ରୋଗରେ ପୀଡିତ ହୋଇଥିଲେ । ହେଲେ ଏପରି ସମୟରେ ତାଙ୍କର ନିଜ ବୋହୂ ମଧ୍ୟ ତାଙ୍କୁ ପାଖରେ ରହୁନଥିଲେ ।
ଫଳରେ ମହିଳା ଜଣକ ଏକାକୀ ରହୁଥିଲେ । ଫଳରେ ନାହିଁନଥିବାର ଦୁଃଖ କଷ୍ଟ ଭୋଗୁଥିଲେ । ଏହା ଦେଖି ସେହି ଗ୍ରାମର କୁନା ପଟ୍ଟନାୟକ ସ୍ଥାନୀୟ ସରପଞ୍ଚ ଟ୍ରିଶିଲା ପ୍ରଧାନଙ୍କୁ ଖବର ଦେବାପରେ ଗ୍ରେସୀଙ୍ଗିଆ ସରପଞ୍ଚ ତ୍ରିଶିଳା ପ୍ରଧାନ, ସାମ୍ୱାଦିକ ରାମକୃଷ୍ଣ ଚୌଧୁରୀ ଓ ସମାଜ ସେବୀ ମହମ୍ମଦ ଜିଆଉଡିନି ପହଞ୍ଚି ୧୦୮ଆମ୍ବୁଲାନ୍ସ ସହାୟତାରେ ଗୋଷ୍ଟୀ ସ୍ବାସ୍ଥ୍ୟ କେନ୍ଦ୍ରରେ ତାଙ୍କୁ ଭର୍ତ୍ତି କରିଥିଲେ । ଆଜି ମହିଳା ଜଣକଙ୍କ ଅଧିକା ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସରପଞ୍ଚ ଟ୍ରିଶିଲା ପ୍ରଧାନ, ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଷମା ପ୍ରଧାନ, ସାମ୍ୱାଦିକ ରାମକୃଷ୍ଣ ଚୌଧୁରୀ, ସମାଜସେବୀ ମହମଦ ଜିଆଉଦିନ୍ ଅହମଦ ଓ କୁନା ପଟ୍ଟନାୟକଙ୍କ ଉପସ୍ଥିତିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି ।
Comments are closed.