www.samajalive.in
Sunday, December 7, 2025
26.1 C
Bhubaneswar

ମୋଟର ଚାଳକ ସଂଘ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା

ଜି.ଉଦୟଗିରି: ସଡ଼କ ସୁରକ୍ଷା ଜୀବନ ରକ୍ଷା ଏହି ଉକ୍ତି ନେଇ ରାଇକିଆ ମୋଟର ଚାଳକ ସଂଘ ପକ୍ଷରୁ ଆଜି ଚାଳକ ଦିବସ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରାଇକିଆ ମଟର ଚାଳକ ସଂଘ ସଦସ୍ୟ ପ୍ରମୋଦ ପ୍ରଧାନ, ଅନନ୍ତ କୁମାର ମାଝି, ରାଜା ସାହୁ, ବ୍ରାଇଟ୍ ପ୍ରଧାନ, ବଣ୍ଟି ନାୟକ, ଏନ୍ ଗୋପାଳ ରାଓ, ଇନସେନସିଓ ପ୍ରଧାନ, ନିବୁ ନାୟକଙ୍କ ସହ ସମସ୍ତ ସଦସ୍ୟ ପ୍ରମୁଖ ଏକ ସଚେତନତା ବାର୍ତ୍ତା ନେଇ ସହର ସାରା ପରିକ୍ରମା କରିବା ସହ ନିଶାଦ୍ରବ୍ୟ ସେବନ ନକରି ଗାଡି ଚାଳାଇବା, ଗାଡି ଚଲାଇବା ସମୟରେ ସିଟ ବେଲ୍ଟ ଓ ହେଲମେଟ୍ ବ୍ୟବହାର କରିବା, ଗାଡିର ସମସ୍ତ କାଗଜପତ୍ର ଠିକ୍ ରଖିବା, ଗାଡି ଚଲାଇବା ବେଳେ ମୋବାଇଲ ବ୍ୟବହାର ନକରିବା, ଭୁଲ ରାସ୍ତାରେ ନଯିବା, ବାଇକରେ ତିନି ଜଣ ନବସିବା ଆଦି ପ୍ଳାକାର୍ଡରେ ଲେଖି ଲୋକମାନଙ୍କୁ ସଚେତନତା କରିଥିଲେ। ଶେଷରେ ମୋଟର ଚାଳକ ଭାଇମାନଙ୍କୁ ଖରାପ ବ୍ୟବହାର ନକରିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories