ଶୁକ୍ରବାର
ମେଷ: ସୁଖମୟ ଜୀବନ ଯାପନ କରିପାରନ୍ତି। ଶତ୍ରୁକୁ ପରାଜିତ କରିବାରେ ସିଦ୍ଧହସ୍ତ ହେବେ। ମାନସିକ ଶାନ୍ତି ଫେରି ପାଇବେ। ସୁସମ୍ବାଦ ପାଇ ଖୁସି ହେବେ। ଶୁଭକାର୍ଯ୍ୟ କରଣୀୟ। ଋଣ ପରିଶୋଧ କରିପାରନ୍ତି।
ବୃଷ: ବହୁ ଶୁଭଫଳ ମିଳିବା ଆଶା କରାଯାଏ। ବିଭିନ୍ନ ଦିଗରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଶୁଭ ସମାଚାର ପାଇ ଖୁସି ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଅଧ୍ୟୟନରତ ହେବେ। ଦିନଟି ମଧ୍ୟମ ଧରଣର।
ମିଥୁନ: ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ପରିଶ୍ରମର ମୂଲ୍ୟ ମିଳିବ। ଉପଯୁକ୍ତ କର୍ମାନୁରକ୍ତ ହେବେ। ସରକାରୀ ଅର୍ଥ ପ୍ରାପ୍ତ ହେବେ। ମାନସିକ ଅଶାନ୍ତି ଦୂର ହେବ।
କର୍କଟ: ଜଞ୍ଜାଳି ହେବେ। ଉତ୍ସାହିତ ହୋଇ କାର୍ଯ୍ୟ ସମ୍ପାଦନ କରିବେ। ଆର୍ଥିକ କ୍ଷେତ୍ର ସ୍ୱଚ୍ଛଳ ରହିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଦିଅଁ ଦର୍ଶନର ସୌଭାଗ୍ୟ ଅଛି। ଅଶାନ୍ତି ହ୍ରାସ ହେବ। ସରକାରୀ ସ୍ତରରୁ ଲାଭ ମିଳିବ।
ସିଂହ: କର୍ମକ୍ଷେତ୍ରରେ ସ୍ଥାନାନ୍ତର ହୋଇପାରନ୍ତି। ପ୍ରତୀକ୍ଷାର ଅନ୍ତଃ ହୋଇପାରେ। ଆକସ୍ମିକ ସମସ୍ୟା ଦେଖାଦେଇ ପାରେ। ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି। ଭାଗ୍ୟର ପରିବର୍ତ୍ତନ ଘଟିବ। ଯାନବାହନ ସୁଖ ମିଳିବ।
କନ୍ୟା: ଶ୍ରୀଚନ୍ଦ୍ର ଭୋଗ ହେତୁ ଉତ୍ତମ ଭୋଜନ ମିଳିବ। ଆୟ ଆଶାନୁରୂପ ହେବ। ବନ୍ଧୁ ବା ସରକାରୀ ସ୍ତରରୁ ଲାଭବାନ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସ୍ୱାସ୍ଥ୍ୟ ଭଲ ରହିବ। ନୂଆ ବନ୍ଧୁ ଜୁଟିବେ। ଚିନ୍ତାଧାରା ଉନ୍ନତମାନର ହେବ।
ତୁଳା: ଗତିରୋଧର ସମ୍ମୁଖୀନ ହୋଇପାରନ୍ତି। ମଧୁରଭାଷା ପ୍ରୟୋଗ କରି ସବୁ ବାଧା ବିଘ୍ନକୁ ଏଡ଼ାଇ ଆଗକୁ ବଢ଼ିବେ। ବିବାଦୀୟ ବିତର୍କରେ ଭାଗ ନ ନେଇ ସବୁ ଦେଖି ନ ଦେଖିବା ପରି ଆଚରଣ କରିବାକୁ ପଡ଼ିବ। ଖର୍ଚ୍ଚର ପରିମାଣ ବୃଦ୍ଧି ପାଇବ।
ବିଛା: ଆୟ ବୃଦ୍ଧିର ସୂଚନା ମିଳୁଛି। ଶୁଭଖବର ପାଇ ଖୁସି ହୋଇପାରନ୍ତି। ସରକାରୀ ଅର୍ଥ ମିଳିବ। ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିପାରନ୍ତି। ସତ୍କର୍ମରେ ନିଜକୁ ନିୟୋଜିତ କରିବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଲୋକପ୍ରିୟ ହେବେ।
ଧନୁ: ମନରେ ଅସ୍ଥିରତା ଦେଖା ଦେଲେ ବି କାର୍ଯ୍ୟ ଠିକ୍ ମାର୍ଗରେ ଗତି କରିବ। ସାଧନାରେ ସିଦ୍ଧି ପ୍ରାପ୍ତ ହେବେ। ସୁସମ୍ବାଦ ପାଇ ଖୁସି ହେବେ। କର୍ମରେ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ। ଦିନଟି ଶୁଭଙ୍କର। ବିବାଦରେ ବିଜୟୀ ହେବେ।
ମକର: ପରୀକ୍ଷାରେ କୃତକାର୍ଯ୍ୟ ହୋଇପାରନ୍ତି। ଅତ୍ୟଧିକ ପରିଶ୍ରମ କରି ବିଶ୍ରାମ ନେଇପାରନ୍ତି। କାର୍ଯ୍ୟରେ ସଫଳତା ଲାଭ କରିବେ। ଅଧିକ କ୍ଷମତା ହାସଲ କରି ତା’ର ସଦ୍ବ୍ୟବହାର କରିପାରନ୍ତି। ବିବାଦୀୟ କ୍ଷେତ୍ରରେ ବିଜୟ ହାସଲ କରିବେ।
କୁମ୍ଭ: କାର୍ଯ୍ୟ ହାସଲ କରିବାକୁ ହେଲେ କଷ୍ଟ ସହ୍ୟ କରିବାକୁ ପଡ଼ିବ। ପ୍ରିୟଭାଷୀ ଓ ଧନବାହନଯୁକ୍ତ ହୋଇପାରନ୍ତି। ମିତ୍ର, କ୍ଷେତ୍ର, ଶ୍ରମ, ଉତ୍ତମ ଯାନବାହନ ଓ ନାନା ସୁଖ ଲାଭ କରିବେ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ପ୍ରତି ପାଦପାତରେ ସତର୍କ ରହିବେ।
ମୀନ: ବନ୍ଧୁ ମିଳନ ଘଟିବାର ସୂଚନା ମିଳୁଛି। ସୁଖକର ଘଟଣାମାନ ଘଟିବ। କର୍ମକ୍ଷେତ୍ରରେ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ଉତ୍ତମ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ଦିନସାରା ଆନନ୍ଦ ଉପଭୋଗ କରିବେ।