ପ୍ରଣବ ପାଇଲେ ‘ଭାରତ ରତ୍ନ’

ଭୂପେନ ହଜାରିକା ଓ ନାନାଜୀ ଦେଶମୁଖଙ୍କୁ ମରୋଣତ୍ତର 'ଭାରତ ରତ୍ନ’ 

ନୂଆଦିଲ୍ଲୀ : ଭାରତର ଚତୁର୍ଦଶ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗୁରୁବାର ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଭାରତ ରତ୍ନ’ରେ ସମ୍ମାନିତ କରିଛନ୍ତି ।

ଭାରତର ତ୍ରୟୋଦଶ ରାଷ୍ଟ୍ରପତି ହେବା ପୂର୍ବରୁ ପ୍ରଣବ ମୁଖାର୍ଜୀ କଂଗ୍ରେସର ବରିଷ୍ଠ ନେତା ଥିଲେ। ସେ ୟୁପିଏ-୧ ଏବଂ ୟୁପିଏ-୨ ସରକାରରେ ଗୁରୁତ୍ୱପୂର୍ଣ୍ଣ ପଦରେ ରହିଥିଲେ। ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ)ର କାର୍ଯ୍ୟକ୍ରମରେ ଯୋଗଦେଇ ସେ ବିବାଦ ଘେରକୁ ଆସିଥିଲେ ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ୍‍ କରି ପ୍ରଣବ ମୁଖାର୍ଜୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

prayash

ସେ ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ, ନରସିହ୍ମ ରାଓ, ମନମୋହନ ସିଂହଙ୍କ ସରକାରରେ ଗୁରୁତ୍ୱପୂର୍ଣ୍ଣ ପଦର ଭାର ସମ୍ଭାଳିଥିଲେ। ସେ ୧୯୯୩ରୁ ୧୯୯୫ ବାଣିଜ୍ୟ ମନ୍ତ୍ରୀ, ୧୯୯୫ରୁ ୧୯୯୬ ବୈଦେଶିକ ବ୍ୟାପାର ମନ୍ତ୍ରୀ, ୨୦୦୪ରୁ ୨୦୦୬ ପର୍ଯ୍ୟନ୍ତ ପ୍ରତିରକ୍ଷା ମନ୍ତ୍ରୀ ଓ ୨୦୦୬ରୁ ୨୦୦୯ ପର୍ଯ୍ୟନ୍ତ ପୁନଃ ବୈଦେଶିକ ବ୍ୟାପାର ମନ୍ତ୍ରୀ ଥିଲେ। ୨୦୦୯ରୁ ୨୦୧୨ ପର୍ଯ୍ୟନ୍ତ ସେ ଅର୍ଥ ମନ୍ତ୍ରଣାଳୟର ଦାୟିତ୍ୱ ସମ୍ଭାଳିଥିଲେ। ସେ ୨୦୦୪ରୁ ୨୦୧୨ରେ ରାଷ୍ଟ୍ରପତି ହେବା ପର୍ଯ୍ୟନ୍ତ ଲୋକସଭାରେ କଂଗ୍ରେସ ଦଳର ନେତା ଥିଲେ। ସେ ଆଇଏମଏଫ, ବିଶ୍ୱ ବ୍ୟାଙ୍କ, ଏଡିବି, ଆଫ୍ରିକାନ ବ୍ୟାଙ୍କର ଗଭର୍ଣ୍ଣି ବୋର୍ଡ (ପରିଚାଳନା ମଣ୍ଡଳ)ର ସଦସ୍ୟ ଥିଲେ। ସେ ରାଜ୍ୟଗୋଷ୍ଠୀ ଅର୍ଥ ମନ୍ତ୍ରୀ ସମ୍ମିଳନୀରେ ୧୯୮୨, ୧୯୮୩ ଏବଂ ୧୯୮୪ରେ ଭାରତ ପ୍ରତିନିଧି ମଣ୍ଡଳୀର ନେତୃତ୍ୱ ନେଇଥିଲେ। ଏହାବାଦ ୧୯୯୪, ୧୯୯୫, ୨୦୦୫ ଏବଂ ୨୦୦୬ରେ ସେ ୟୁଏନଜିଏରେ ଭାରତ ପାଇଁ ପ୍ରତିନିଧିତ୍ୱ କରିଥିଲେ।

ଏହାସହ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବିଶିଷ୍ଟ ଗାୟକ ତଥା ସଂଗୀତଜ୍ଞ ଭୂପେନ ହଜାରିକା ଏବଂ ଭାରତୀୟ ଜନସଂଘର ବରିଷ୍ଠ ନେତା ନାନାଜୀ ଦେଶମୁଖଙ୍କୁ ମରୋଣତ୍ତର ’ଭାରତ ରତ୍ନ’   ପ୍ରଦାନ କରିଛନ୍ତି ।
ସଂଘ ସହ ଜଡିତ ନାନାଜୀ ଦେଶମୁଖ ପୂର୍ବରୁ ଭାରତୀୟ ଜନସଂଘର ନେତା ଥିଲେ। ୧୯୭୭ରେ ଜନତା ପାର୍ଟି ସରକାର ଗଠନ କରିବା ପରେ ସେ ମନ୍ତ୍ରୀ ପଦ ସ୍ୱୀକାର କରିନଥିଲେ। ସେ ଜୀବନ ବ୍ୟାପୀ ଦୀନଦୟାଲ ଗବେଷଣା ସଂସ୍ଥାନ ଅଧୀନରେ ଚାଲୁଥିବା ବିଭିନ୍ନ ପ୍ରକଳ୍ପ ପାଇଁ କାର୍ଯ୍ୟ କରୁଥିଲେ। ଅଟଳ ବିହାରୀ ବାଜପେୟୀଙ୍କ ସରକାର ତାଙ୍କୁ ରାଜ୍ୟସଭାକୁ ପଠାଇଥିଲା । ବାଜପେୟୀଙ୍କ ସରକାର ସମୟରେ ତାଙ୍କୁ ପଦ୍ମଭୁଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା।
ଭୂପେନ ହଜାରିକା ପୂର୍ବୋତ୍ତର ରାଜ୍ୟ ଆସାମର ନିବାସୀ ଥିଲେ। ସେ ମୂଳ ଭାଷା ଆସାମ ସହ ହିନ୍ଦୀ, ବଙ୍ଗଳା ସମେତ ଅନେକ ଭାରତୀୟ ଭାଷାରେ ଗୀତ ଗାଇଛନ୍ତି। ଆସାମୀ ଚଳଚ୍ଚିତ୍ର ଏବଂ ସଂଗୀତକୁ ଲୋକପ୍ରିୟ କରିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏଥିପାଇଁ ତାଙ୍କୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା।

kalyan agarbati

Comments are closed.