www.samajalive.in
Monday, December 15, 2025
24.1 C
Bhubaneswar

ସମ୍ଭାବ୍ୟ ପ୍ରଭାବିତ ଜିଲାର ଜିଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦେଶ

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ନେଇ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ନିଆଯାଇଥିବା ନିଷ୍ପତ୍ତି ନେଇ ଓସଡମାର କାର୍ଯ୍ୟନିର୍ବାହୀ ନିର୍ଦେଶକ ଜ୍ଞାନ ଦାସ ସୂଚନା ଦେଇ କହିଛନ୍ତି ଯେ ସମ୍ଭାବ୍ୟ ପ୍ରଭାବିତ ଜିଲାର ଜିଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦେଶ ଦିଆଯାଇଛି। ସମସ୍ତ କର୍ମଚାରୀଙ୍କ ଛୁଟିକୁ ବାତିଲ କରାଯାଇଥିବାବେଳେ ସମସ୍ତେ ହେଡକ୍ବାର୍ଟରରେ ରହିବାକୁ ନିର୍ଦେଶ ଦିଆଯାଇଛି। ଏପର୍ଯ୍ୟନ୍ତ ଘୂର୍ଣ୍ଣିବଳୟର ପ୍ରଭାବ ଅନୁଭୂତ ହୋଇନାହିଁ। ଉପକୂଳବର୍ତ୍ତୀ ଜିଲାର ସମସ୍ତ ଜିଲାପାଳଙ୍କୁ ବାତ୍ୟା ମୁକାବିଲା ପ୍ରସ୍ତୁତି ପାଇଁ ସଜାଗ ରହିବାକୁ କୁହାଯାଇଛି। ଆସନ୍ତା ୨୨ତାରିଖରେ ଲଘୁଚାପ ସୃଷ୍ଟି ହେବା ପରେ ପଦକ୍ଷେପ ନିଆଯିବ। ଏବେ କେବଳ ଜିଲାପାଳ ମାନଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ଦୀପାବଳୀ ଛୁଟିକୁ ବାତିଲ କରାଯିବା ସହ ହେଡ୍ କ୍ୱାର୍ଟର ନଛାଡ଼ିବାକୁ ସମସ୍ତ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କାର୍ଯ୍ୟନିର୍ବାହୀ ନିର୍ଦେଶକ ଜ୍ଞାନ ଦାସ ପ୍ରକାଶ କରିଛନ୍ତି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories