www.samajalive.in
Saturday, December 6, 2025
23.1 C
Bhubaneswar

ଏହି ସ୍ଥାନକୁ ଯାଇ ବ୍ୟଞ୍ଜନର ସ୍ୱତନ୍ତ୍ର ସ୍ୱାଦର ମଜା ନିଅନ୍ତୁ

ହୋଟେଲ ଅଥବା ଘରେ କିମ୍ବା ଏଠାକାର ଆଞ୍ଚଳିକ ଖାଦ୍ୟଦ୍ରବ୍ୟ ହେଉ ଏଠାରେ ପ୍ରସ୍ତୁତ ହେଉଥିବା ବ୍ୟଞ୍ଜନ ସମୟ ଅନୁଯାୟୀ ଏହାର ସ୍ୱାଦରେ ବହୁ ପରିବର୍ତ୍ତନ ହେଲେ ମଧ୍ୟ ଏହାର ଚାହିଦା ଖୁବ ଅଧିକ। କ୍ଷତ୍ରୀୟ ବ୍ୟଞ୍ଜନମାନଙ୍କ ସ୍ୱାଦ ଟିକେ ନିଆରା। ଯାହା ଆପଣ ଅନ୍ୟ କେଉଁ ଠାରେ ନୁହେଁ ଏଠାରେ ପାଇବେ। ଜାଣନ୍ତୁ ହିମାଚଳପ୍ରଦେଶର କିଛି ସେପରି ବ୍ୟଞ୍ଜନ ବିଷୟରେ….
ହିମାଚଳୀ ପାରମ୍ପରିକ ଧାମ କ୍ୟୁଜୀନରେ ପ୍ରାୟ ୧୦-୧୧ ବ୍ୟଞ୍ଜନ ଥାଏ। ଯାହାକୁ ଥାଳି କିମ୍ବା ପତ୍ରରେ ପରଷା ଯାଇଥାଏ।
ପ୍ରଥମରୁ ଧାମକୁ କେବଳ ମନ୍ଦିର ମାନଙ୍କରେ ପ୍ରସାଦ ରୂପରେ ମିଳିଥାଏ। ପୂର୍ବ ସମୟରେ ଏହାକୁ କେବଳ ବ୍ରାହ୍ମଣ ରୋଷେୟାମାନେ ପ୍ରସ୍ତୁତ କରୁଥିଲେ। ବୁନ୍ଦି, ମିଠା କଞ୍ଚା ଅମୃତଭଣ୍ଡା, ମୁଗ ଡ଼ାଲି, ଚଣାର ଏକ ବ୍ୟଞ୍ଜନ, ଦହି ପକୁଡ଼ି, ରାଜମା ଭଳି ବହୁ ସ୍ୱାଦିଷ୍ଟ ଖାଦ୍ୟଦ୍ରବ୍ୟ ମିଳିଥାଏ। ଏଥିରେ ପିଆଜ, ରସୁଣ, ଅଦାର ବ୍ୟବହାର କରାଯାଇନଥାଏ। ମାତ୍ର ସମୟଅନୁଯାୟୀ ବର୍ତ୍ତମାନ ବିବାହ, ପାରମ୍ପରିକ, ଧାର୍ମିକ କାର୍ଯ୍ୟକ୍ରମ ମାନଙ୍କରେ ଏହା କିଛି ଭିନ୍ନ ଶୈଳୀରେ ପ୍ରସ୍ତୁତ କରାଯାଇଉଛି।
ଅକତୋରୀ –
ହିମାଚଳ ପ୍ରଦେଶର ଅକତୋରୀ ଏକ ସ୍ୱାଦିଷ୍ଟ ଖାଦ୍ୟ ଅଟେ। ଯାହାକୁ ପୂର୍ବରୁ ଲୋକେ କେବଳ ବିଶେଷ କାର୍ଯ୍ୟକ୍ରମରେ ପ୍ରସ୍ତୁତ କରୁଥିଲେ ମାତ୍ର ଏହା ମଧ୍ୟ ଏଠାକାର ଏକ ସ୍ୱତନ୍ତ୍ର ବ୍ୟଞ୍ଜନ। ଏହା କିଛି ଦ୍ରବ୍ୟରେ ପ୍ରସ୍ତୁତ ଏକ ପ୍ରକାର ଚକୁଳି। ଯାହା ଖାଇବାକୁ ଖୁବ ସ୍ୱାଦିଷ୍ଟ ଲାଗିଥାଏ। ଏହାକୁ ବର୍ତ୍ତମାନ କିଛି ଭିନ୍ନ ଶୈଳୀରେ ପ୍ରସ୍ତୁତ କରାଯାଉଛି।
ବବରୁ –
ଏହାକୁ ପ୍ରସ୍ତୁତ କରିବା ପାଇଁ ଗୁଡ଼ର ପାଣିକୁ ଅଟାରେ ମିଶାଇ ଦଳା ଯାଏ। ଏହାପରେ ଏହାକୁ ଛୋଟ ଛୋଟ ପୁରୀ ଆକାରର କରି ଛଣାଯାଏ। ଏହା ମଧ୍ୟ ଏଠାକାର ଏକ ପ୍ରସିଦ୍ଧ ଖାଦ୍ୟ ଅଟେ।
ବର୍ତ୍ତମାନ ଏହାକୁ ଛଣାଯିବା ସହ ଅଳ୍ପ ପରିମାଣରେ ତେଲ ଦିଆଯାଇ ସେକା ମଧ୍ୟ ଯାଏ। ଯାହା ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ ଅଟେ।
ହିମାଚଳୀ ମାନୀ –
ଏହା ଖାଇବାକୁ ଖୁବ ସୁଆଦିଆ । ଏହାକୁ ଗୁଡ଼, ବେସନ, ହେଙ୍ଗୁ, ହଳଦୀ, ଧନିଆ ଗୁଣ୍ଡ, ଗରମ ମସଲା, ଆମଚୁର ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣ, ଦହି, ଚଣାକୁ ଏକାଠି ମିଶାଇ ପ୍ରସ୍ତୁତ କରାଯାଏ। କଡ଼େଇରେ ତେଲ ଗରମ କରି ଜିରା ପକାଇ ଏହାକୁ ପକାଇ ପ୍ରସ୍ତୁତ କରାଯାଏ। ଏହା ବର୍ତ୍ତମାନ ଖଟା ଚଟଣି ନାମରେ ଜଣାଶୁଣା।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories