www.samajalive.in
Saturday, December 6, 2025
26.1 C
Bhubaneswar

ବିଜେଡି ଛାଡ଼ିଲେ ଭଦ୍ରକ ସାଂସଦ ଅର୍ଜୁନ ସେଠୀ

ଭୁବନେଶ୍ଵର: ଟିକେଟ ବଣ୍ଟନରେ ଅସନ୍ତୋଷ ପ୍ରକାଶ କରି ବିଜେଡି ଛାଡ଼ିଛନ୍ତି ଭଦ୍ରକ ସାଂସଦ ଅର୍ଜୁନ ଚରଣ ସେଠୀ। ସେ ବିଜେଡିର ପ୍ରାଥମିକ ସଦସ୍ୟ, ଭଦ୍ରକ ଜିଲା ବିଜେଡି ସଭାପତି ପଦରୁ ଇସ୍ତାଫ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସେ ପଠାଇଥିବା ଇସ୍ତଫାପତ୍ରରେ ନିଜର ବିଷ ଓଗାଳିଛନ୍ତି। ସେ ଦର୍ଶାଇଛନ୍ତି, ‘ଆପଣଙ୍କୁ ଭେଟି ପୁଅକୁ ଭଦ୍ରକ ଲୋକସଭା ଟିକେଟ ପାଇଁ କହିଥିଲି। କିନ୍ତୁ ପ୍ରାର୍ଥୀ ତାଲିକାରୁ ପୁଅ ନାଁକୁ କାଟି ଦିଆଯାଇଥିଲା। ଏଥିପାଇଁ ଆପଣଙ୍କୁ ଭେଟିବାକୁ ନବୀ ନିବାସ ଯାଇଥିଲି। ୪ ଘଣ୍ଟା କାଳ ଅପେକ୍ଷା କଲେ ବି ଭେଟିବାକୁ ସୁଯୋଗ ମିଳିଲାନି। ଆପଣଙ୍କ କ୍ଷମତା କେନ୍ଦ୍ରମାନେ ଭେଟ କରାଇ ଦେଲେନି। ପରିଣତ ବୟସରେ ମୋତେ ଏଭଳି ଅବହେଳା ସହ୍ୟ ହେଲାନି। ଏହା ଆଘାତ ଦେଲା, ବିଜେଡି ପାଇଁ ମୁଁ ଅନାବଶ୍ୟକ ମନେକଲି। ବିଜୁ ବାବୁଙ୍କ ନୀତି ଆଦର୍ଶକୁ ଦଳ ଭୁଲି ଯାଇଛି ବୋଲି ଅର୍ଜୁନ କହିଛନ୍ତି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories