www.samajalive.in
Sunday, December 7, 2025
14.1 C
Bhubaneswar

ବିପରୀତ ଗୁଣ ଥିବା ଭୋଜନକୁ ଏକତ୍ରିତ ସେବନ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ

ଭୋଜନ କରିବା ସମୟରେ କେତେକ ନିୟମ ଉପରେ ଗୁରୁତ୍ୱ ଦେବା ନିତାନ୍ତ ଆବଶ୍ୟକ। ବିପରୀତ ଗୁଣ ଥିବା ବିଭିନ୍ନ ପ୍ରକାରର ଭୋଜନକୁ ଏକାସହ ଖାଇଲେ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। କେଉଁ ଖାଦ୍ୟ ସହ କେଉଁ ଖାଦ୍ୟକୁ ଏକତ୍ରିତ ଖାଇବା ଉଚିତ ଓ ଉଚିତ ନୁହେଁ ସେ ବିଷୟରେ ଧ୍ୟାନ ଦେଲେ ଆମେ ବିଭିନ୍ନ ପ୍ରକାର ରୋଗରୁ ମୁକ୍ତି ପାଇ ପାରିବା। ଜାଣନ୍ତୁ ଏହା ବିଷୟରେ..

କ୍ଷୀର ପିଇବା ସମୟରେ କୌଣସି ଫଳ ଖାଆନ୍ତୁ ନାହିଁ। ଏପରି କରିବା ଦ୍ୱାରା କ୍ଷୀରରେ ଥିବା ପୋଷକ ତତ୍ତ୍ୱ ଫଳର ପୋଷକକୁ ଶୋଷଣ କରିଥାଏ। ତେଣୁ କ୍ଷୀର ପିଇବା ସଙ୍ଗେ ସଙ୍ଗେ ଫଳ ଖାଆନ୍ତୁ ନାହିଁ।

- Advertisement -

କ୍ଷୀର ଚା’ ପିଇବା ସମୟରେ ତା’ସହ କୌଣସି ଲୁଣିଆ ଖାଦ୍ୟଦ୍ରବ୍ୟ ଖାଆନ୍ତୁ ନାହିଁ।

ହରଡ଼ ଡ଼ାଲି ଖାଇବା ପରେ ସଙ୍ଗେ ସଙ୍ଗେ କ୍ଷୀର ପିଇବା ଉଚିତ ନୁହେଁ।

ସବୁଜ ପନିପରିବା କିମ୍ବା ମୂଳା ଖାଇବା ପରେ ମଧ୍ୟ କ୍ଷୀର ପିଇବା ଉଚିତ ନୁହେଁ।

ଯେଉଁମାନଙ୍କର ଖାଦ୍ୟ ହଜମ ଜନିତ ସମସ୍ୟା ଅଧିକ ଥାଏ ସେମାନେ ମଧ୍ୟ ଆମିଷ, ପନିର ଖାଇବା ପରେ କ୍ଷୀର ପିଇବା ଉଚିତ ନୁହେଁ।

କ୍ଷୀର ପିଇବା ସମୟରେ କିଛି ବିଶେଷ ଫଳ ଯେପରି କମଳା, ଅଙ୍ଗୁର, ଲେମ୍ବୁ, ଲିଚି, ଖଟା ଫଳ ଏହାସହ କଦଳୀ ଓ କ୍ଷୀରକୁ ଏକତ୍ରିତ ଖାଇବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ଯେଉଁମାନଙ୍କର ଥଣ୍ଡାଜନିତ ସମସ୍ୟା ଥାଏ ସେମାନଙ୍କ ପାଇଁ ଅଧିକ କ୍ଷତିକାରକ । ଏହା କଫର ମାତ୍ରା ବୃଦ୍ଧି କରିଥାଏ।

କ୍ଷୀର ସହ ଦହି ଏକତ୍ରିତ ଖାଇବା ଉଚିତ ନୁହେଁ।

ଦହି ସହ କୌଣସି ଖଟା ଫଳ ଖାଇବା ଉଚିତ ନୁହେଁ।

ଛଣାଛଣି ଖାଦ୍ୟ ଖାଇ ସଙ୍ଗେ ସଙ୍ଗେ ଦହି ଖାଇବା ଅନୁଚିତ।

Hot this week

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

Related Articles

Popular Categories