www.samajalive.in
Tuesday, December 9, 2025
15.1 C
Bhubaneswar

ରାମନାଗୁଡା ବ୍ଲକରେ ସାଇ ଟ୍ରଷ୍ଟ ପକ୍ଷରୁ ପୁଷ୍ଟିକର ଖାଦ୍ୟ ବଣ୍ଟନ

ରାମନାଗୁଡା: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକର ଗୁଲୁମୁଣ୍ଡା, ଉକାମ୍ବା, ଭାମିନି, ବୁଥିଙ୍ଗ, କୁଜେନ୍ଦ୍ରୀ ଆଦି ପଂଚାୟତମାନଙ୍କରେ ସାଇ ଟ୍ରଷ୍ଟ ତରଫରୁ ପୁଷ୍ଟିକର ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ଲକ କୋର୍ଡିନେଟର ଶିବ ପ୍ରସାଦ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେହିପରି ପ୍ରତ୍ୟେକ ପଂଚାୟତ ସ୍ତରରେ ନିଯୁକ୍ତି ପାଇଥିବା ମହିଳା ସୁପରଭାଇଜରମାନଙ୍କ ଦ୍ୱାରା ପୃଷ୍ଟିକର ଖାଦ୍ୟ ସାମଗ୍ରୀର ବଣ୍ଟନ ହୋଇଥିଲା। ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ହେଲା ଛଅ ମାସରୁ ତିନି ବର୍ଷ ଶିଶୁ ଏବଂ ଗର୍ଭବତୀ ମହିଳାମାନଙ୍କ ଭିତରେ ବହୁ ପରିମାଣରେ ଅପପୁଷ୍ଟି ଦେଖା ଦେଇଥାଏ, ତେଣୁକରି ଏମାନଙ୍କ ପୁଷ୍ଟିସାର ଯେମିତି କି କମି ନ ଯାଏ ଅପପୁଷ୍ଟିର ଶିକାର ନ ହୁଅନ୍ତୁ ସେଥି ପ୍ରତି ଧ୍ୟାନ ଦେଇ ସାଇ ଟ୍ରଷ୍ଟ ପକ୍ଷରୁ ଆଜି ହରଲିକିସ, ଲାକଟ ଜିନ, ମଦର ହରଲିକିସ, ସହିତ ବିଭିନ୍ନ ପୁଷ୍ଟିକର ସାମଗ୍ରୀ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ମହିଳା ସୁପରଭାଇଜର ସୁନିତା ପାଳ ପରିଚାଳନା କରିଥିବା ବେଳେ ସମସ୍ତ ସୁପର ଭାଇଜର ସହଯୋଗ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories