୨୦୪୮ଟି ସ୍କୁଲ ରେ ୧୮୩୮୬୭ ଜଣ ପିଲାଙ୍କୁ ଦିଆଯାଉଛି ପୁଷ୍ଟିକର ମଧ୍ୟାହ୍ନ ଭୋଜନ
ରାଜ୍ୟ ଖାଦ୍ୟ ଆୟୋଗଙ୍କ ବଲାଙ୍ଗିର ଜିଲା ମୁଖ୍ୟାଳୟରେ ସମୀକ୍ଷା ବୈଠକ
ଭୁବନେଶ୍ବର: ରାଜ୍ୟ ଖାଦ୍ୟ ଆୟୋଗ ଅଧ୍ୟକ୍ଷ ଅବନିକାନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ବଲାଙ୍ଗିର ଜିଲା ମୁଖ୍ୟାଳୟରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି କ୍ଷ ପୂର୍ବାହ୍ନରେ ସ୍ଥାନୀୟ ଡିଆରଡିଏ ସମ୍ମିଳନୀ କକ୍ଷରେ ଏହି ବୈଠକ ଅନୁଷ୍ଠିତ ହେଇଥିଲା। ଖାଦ୍ୟ ସାମଗ୍ରୀ ବିତରଣ, ମହିଳା ଏବଂ ଶିଶୁ କଲ୍ୟାଣ, ବିଦ୍ୟାଳୟ ଏବଂ ଗଣ ଶିକ୍ଷା ବିଭାଗ, ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଗୁଡିକର ସମୀକ୍ଷା କରିବା ସହ ହିତାଧିକାରୀ କିପରି ନିଜର ହକରୁ ବଞ୍ଚିତ ନ ହେବେ ସେ ବିଷୟରେ ଅଧିକାରୀଙ୍କୁ ଯତ୍ନବାନ ହେବାକୁ କହିଥିଲେ। ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ ଆଧାରରେ ମିଳୁଥିବା ରାସନ କିପରି ପିଡିଏସ ଗୁଡିକରେ ଆବଣ୍ଟିତ ହେଇପାରିବ ଏବଂ ଆଧାର କାର୍ଡ ଜନିତ ଅସୁବିଧା ନହେବ ସେଥିପାଇଁ ଧ୍ୟାନ ଦେବାକୁ କହିଥିଲେ।
ଗୋଟିଏ ଦେଶ ଗୋଟିଏ ରାସନ କାର୍ଡ଼ ଦ୍ଵାରା ଜଣେ ବ୍ୟକ୍ତି କିପରି ଯେକୌଣସି ସ୍ଥାନରେ ରହି ମଧ୍ୟ ଲାଭାନ୍ଵିତ ହେଇପାରିବ ତାର ପ୍ରଚାର କରେଇବାକୁ ବିଭାଗୀୟ ଅଧିକାରୀଙ୍କୁ କହିଥିଲେ। ସେହିପରି ଜିଲାର ସମସ୍ତ ୨୭୭୫ ଟି ଅଙ୍ଗନ ୱାଡି କେନ୍ଦ୍ର ଗୁଡିକରେ ଆଇରନ ଟାବଲେଟ ବଣ୍ଟନକୁ ନେଇ ସେ ସନ୍ତୋଷ ପ୍ରକାଶ କରିଥିଲେ । କେନ୍ଦ୍ର ରେ ବିଦ୍ୟୁତ ଓ ଜଳ ଅସୁବିଧାକୁ ନେଇ କୌଣସି ସମସ୍ୟା ଥିଲେ ଶୀଘ୍ର ସମାଧାନ କରିବାକୁ କହିଥିଲେ। ମମତା ଯୋଜନାରେ ମହିଳାଙ୍କୁ ଉଚିତ ସମୟରେ ଟଙ୍କା ପ୍ରଦାନ କରିବା କୁ ନିର୍ଦେଶ ଦେଇଥିଲେ। ମଧ୍ୟାନ ଭୋଜନ ବାବଦରେ ୨୦୪୮ସ୍କୁଲ ରେ ୧୮୩୮୬୭ ଜଣ ଙ୍କୁ ମଧ୍ୟାନ ଭୋଜନ ଦିଆଯାଉଥିବା ବେଳେ ଖାଦ୍ୟର ମାନ ଏବଂ ଗୁଣବତ୍ତାକୁ ଧ୍ୟାନ ଦେବାକୁ କହିଥିଲେ। ଆଶ୍ରମ ସ୍କୁଲ ଗୁଡିକରେ ମଶାରୀ , ପାଇଖାନା ତଥା ପରିବେଶ ଗୁଡିକ ଗୁରୁତ୍ଵ ଦେବାକୁ ନିର୍ଦେଶ ଦେଇଥିଲେ। ସେ ବୁଲିଥିବା ସମସ୍ତ ଜିଲ୍ଲା ମଧ୍ୟରେ ବଲାଙ୍ଗିରର ପ୍ରଦର୍ଶନ ଖୁବ ଭଲ ଏବଂ ଏହା ଜାରି ରଖିବାକୁ କହିଲେ।
ବିଦ୍ୟାଳୟର ଭିତ୍ତିଭୂମିକୁ ସାମଗ୍ରିକ ଭାବରେ ଯୋଜନା ଏବଂ ବ୍ୟବହାର କରିବାର ଉପାୟ ବାଲା ମଡେଲର ଅଙ୍ଗନୱାଡି କରିବାକୁ ଜାଗା ସହିତ ପ୍ରସ୍ତାବ ଦେବାକୁ ପରିଷଦର ସଦସ୍ୟଙ୍କୁ କହିଥିଲେ। ବୈଠକରେ ରାଜ୍ୟ ଖାଦ୍ୟ ଆୟୋଗର ସଦସ୍ୟ ପ୍ରିୟବ୍ରତ ସାମନ୍ତରାୟ, ପ୍ରେମଶିଳା କେରକେଟା, ଆସିଷ୍ଟାଣ୍ଟ ସେକ୍ସନ ଅଫିସର ଅନୁପମ ହୋତା, ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ, ଜିଲାପରିଷଦ ଅଧ୍ୟକ୍ଷା ଦେବକୀ ସାହୁ , ଜିଲ୍ଲାପରିଷଦ ମୁଖ୍ୟ ଉନୟନ ଅଧିକାରୀ ତଥା କାର୍ୟ୍ୟ ନିର୍ବାହୀ ଅଧିକାରୀ ସୁଶାନ୍ତ ସିଂ, ଡାକ୍ତର (ପରିବାର କଲ୍ୟାଣ) ସୁଧା ବାର୍ଲା, ମୁଖ୍ୟ ଶିକ୍ଷାଧିକାରୀ ଧୃବ ଚରଣ ବେହେରା , ଜିଲା ମଙ୍ଗଳ ଅଧିକାରୀ ଅଲେଖ ବିଶ୍ଵାଳ, ବ୍ଲକ ଉନ୍ନୟନ ଅଧିକାରୀ ଶରତ ସେଠୀ ତଥା ପଞ୍ଚାୟତିରାଜ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
Comments are closed.