www.samajalive.in
Saturday, December 6, 2025
16.1 C
Bhubaneswar

ସୁଆଦିଆ ରସୁଣ ଚିକେନ ତରକାରୀ

ଆବଶ୍ୟକ ସାମଗ୍ରୀ
ଚିକେନ – ୫୦୦ ଗ୍ରାମ ( ବୋନ ଲେସ )
ରସୁଣ ବଟା – ୫ଚାମଚ
ଅଦା ବଟା – ୪ଚାମଚ
ଧନିଆ ଗୁଣ୍ଡ – ୨ଚାମଚ
ଦହି – ୪ ଚାମଚ
ହଳଦୀ ଗୁଣ୍ଡ – ଅଳ୍ପ
ଲଙ୍କା ଗୁଣ୍ଡ – ୨ଚାମଚ
ଗୋଲମରିଚ ଗୁଣ୍ଡ – ୧ଚାମଚ
ବାଦାମ – ୫ଟି
ଜାଇଫଳ – ୧ଟି
ଭଜା ରସୁଣ – ୪ଟି
କଟା ଧନିଆ ପତ୍ର – ଅଳ୍ପ
ଲୁଣ – ଆବଶ୍ୟକ ପରିମାଣରେ
ଘିଅ – ୩ଚାମଚ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଚିକେନକୁ ଭଲ ଭାବେ ଧୋଇ ରଖିଦିଅନ୍ତୁ। ଏହାପରେ ଗରମ ପାଣିରେ ପକାଇ ୫ ମିନିଟ ରଖିଦିଅନ୍ତୁ। ଏବେ ଗ୍ୟାସରେ କଡ଼େଇ ବସାଇ ବାଦାମ ଭାଜି ଦିଅନ୍ତୁ। ଭାଜିବା ପରେ ଏହାକୁ ପାଣିରେ କିଛି ସମୟ ବତୁରାଇ ପେଷି ଏକ ପାତ୍ରରେ ରଖିଦିଅନ୍ତୁ। ଏବେ ପୁଣି ଗ୍ୟାସରେ କଡ଼େଇ ବସାଇ ଘିଅ ଗରମ କରନ୍ତୁ। ଘିଅ ଗରମ ହେବା ପରେ ଏଥିରେ ପିଆଜ ପକାଇ ଭାଜନ୍ତୁ। ଏହା ପରେ ଅଦା, ରସୁଣ ବଟା ଲୁଣ,ହଳଦୀ ଗୁଣ୍ଡ ପକାଇ କଷି ଦିଅନ୍ତୁ। ପୁଣି ଧନିଆ ଗୁଣ୍ଡ ଅଳ୍ପ ପାଣି ଦେଇ କଷନ୍ତୁ। କିଛି ସମୟ କଷିବା ପରେ ଏଥିରେ ଦହି , ଲଙ୍କା ଗୁଣ୍ଡ ପକାଇ ଗୋଳାନ୍ତୁ। ଏହାପରେ ବାଦାମ ପେଷ୍ଟ ପକାଇ ପୁଣି କଷନ୍ତୁ। କିଛି ସମୟ ପରେ ଚିକେନ, ସାମାନ୍ୟ ଲୁଣ, ଜାଇତ୍ରି ଫଳ, ଗୋଲମରିଚ ଗୁଣ୍ଡ, ଭଜା ରସୁଣ, ଧନିଆ ପତ୍ର ପକାଇ ସାମାନ୍ୟ ପାଣି ଦେଇ ୧୦ ମିନିଟ ଫୁଟାନ୍ତୁ। ୧୦ ମିନିଟ ପରେ ଏହାକୁ ଏକ ପାତ୍ରକୁ କାଢନ୍ତୁ ଓ ଗରମାଗରମ ଖାଆନ୍ତୁ ସୁଆଦିଆ ରସୁଣ ଚିକେନ ତରକାରୀ।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories