ମସାଲେଦାର ସୁଇଟ କର୍ଣ୍ଣ

0

ଆବଶ୍ୟକ ସାମଗ୍ରୀ
ସୁଇଟ କର୍ଣ୍ଣ – ୨କପ
ଜିରା – ୧ଚାମଚ
କଟା ପିଆଜ – ୧ଟି
ଅଦା ରସୁଣ ବଟା – ୧ଚାମଚ
କଟା ଟମାଟୋ – ୧ଟି
ଲୁଣ – ଆବଶ୍ୟକ ପରିମାଣରେ
ହଳଦୀ ଗୁଣ୍ଡ – ଅଳ୍ପ
ଜିରା ଗୁଣ୍ଡ – ଅଳ୍ପ
ଧନିଆ ଗୁଣ୍ଡ – ଅଳ୍ପ
ଲଙ୍କା ଗୁଣ୍ଡ – ଅଳ୍ପ
ଗରମ ମସଲା – ଅଳ୍ପ
କସ୍ତୁରୀ ମେଥି – ଅଳ୍ପ
କୋରା ପନିର – ୨ଚାମଚ
କାଜୁ ବଟା – ୧ଚାମଚ
ଚିନି – ଅଳ୍ପ
ଧନିଆ ପତ୍ର – ଅଳ୍ପ
ତେଲ – ଆବଶ୍ୟକ ଅନୁଯାୟୀ
ପାଣି – ଆବଶ୍ୟକ ଅନୁଯାୟୀ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗ୍ୟାସ ଲଗାଇ କଡ଼େଇ ବସାନ୍ତୁ ଓ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଗୋଟା ଜିରା, ପିଆଜ, ଅଦା ରସୁଣ ବଟା ପକାଇ କଷନ୍ତୁ। କଷିବା ପରେ କଟା ଟମାଟୋ,ଲୁଣ, ହଳଦୀ ଗୁଣ୍ଡ ପକାଇ ଗୋଳାନ୍ତୁ। ଏହା ପରେ ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ ପକାଇ ଗୋଳାନ୍ତୁ। କିଛି ସମୟ ପରେ ଗରମ ମସଲା, କସ୍ତୁରୀ ମେଥି, କୋରା ପନିର, ସୁଇଟ କର୍ଣ୍ଣ ପକାଇ ଗୋଳାନ୍ତୁ। ଏହା ପରେ କାଜୁ ବଟା , ଆବଶ୍ୟକ ଅନୁସାରେ ପାଣି ଦେଇ ୧୦ ମିନିଟ ସିଝାନ୍ତୁ। ୧୦ ମିନିଟ ପରେ ଆବଶ୍ୟକ ଅନୁଯାୟୀ ଚିନି ଓ ଲୁଣ, ଧନିଆ ପତ୍ର ପକାଇ ୧ ମିନିଟ ଗ୍ୟାସରେ ବସାଇ ଏକ ପାତ୍ରକୁ କାଢି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ମସାଲେଦାର ସୁଇଟ କର୍ଣ୍ଣ । ଏହାକୁ ଆପଣ ରୋଟି, ନାନ ସମେତ ଖାଲି ମଧ୍ୟ ଖାଇପାରିବେ।

Leave A Reply