www.samajalive.in
Saturday, December 6, 2025
14.1 C
Bhubaneswar

ଚଟପଟା ତେନ୍ତୁଳି ଅଣ୍ଡା

ଅଣ୍ଡା – ଆବଶ୍ୟକ ପରିମାଣରେ
ତେଲ – ଆବଶ୍ୟକ ପରିମାଣରେ
ଲୁଣ – ଆବଶ୍ୟକ ପରିମାଣରେ
ହଳଦୀ ଗୁଣ୍ଡ – ଆବଶ୍ୟକ ପରିମାଣରେ
ଲଙ୍କା ଗୁଣ୍ଡ – ଆବଶ୍ୟକ ପରିମାଣରେ
ଗରମ ମସଲା – ଆବଶ୍ୟକ ପରିମାଣରେ
ଅଦା ରସୁଣ ବଟା – ଆବଶ୍ୟକ ପରିମାଣରେ
ପେଷା ଟମାଟୋ – ଆବଶ୍ୟକ ପରିମାଣରେ
କଞ୍ଚାଲଙ୍କା – ୩ଟି
କଟା ପିଆଜ – ୨ଟି
ଧନିଆ ପତ୍ର – ଅଳ୍ପ
ତେନ୍ତୁଳି ରସ – ଅଳ୍ପ
ପୁଦିନା ପତ୍ର – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଅଣ୍ଡାକୁ ଭାଙ୍ଗି ଏକ ପାତ୍ରରେ ରଖନ୍ତୁ। ଏଥିରେ ଲୁଣ, ଗରମ ମସଲା ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହା ପରେ ଗ୍ୟାସରେ ତାୱା ଗରମ କରି ଏଥିରେ ତେଲ ପକାନ୍ତୁ। ତେଲ ଗରମ ହେବା ପରେ ରଖିଥିବା ଅଣ୍ଡାକୁ ପକାଇ ଆମଲେଟ ପ୍ରସ୍ତୁତ କରନ୍ତୁ। ଆମଲେଟର ଗୋଟେ ପାଖ ହୋଇଗଲେ ଏହାକୁ ରୋଲ ଭଳି ଗୁଡ଼ାଇ ଏକ ପାତ୍ରକୁ କାଢନ୍ତୁ ଓ ଛୁରୀରେ କାଟି ରଖନ୍ତୁ। ଏହା ପରେ ଗ୍ୟାସରେ ଆଉ ଏକ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ କଟା ପିଆଜ ପକାଇ ଭାଜନ୍ତୁ। ପିଆଜ ଭାଜି ହୋଇଗଲେ ପେଷା ଟମାଟୋ ପକାଇ ଗୋଳାନ୍ତୁ। ଏହା ପରେ ଅଦା, ରସୁଣ ବଟା, ଲୁଣ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଗରମ ମସଲା ପକାଇ କଷନ୍ତୁ। କଷି ହୋଇଗଲେ ତେନ୍ତୁଳି ରସ, ଧନିଆ ପତ୍ର, ପୁଦିନା ପତ୍ର, କାଟି କରି ରଖିଥିବା ଅଣ୍ଡା ଆମଲେଟ ପକାଇ ଗୋଳାନ୍ତୁ।

- Advertisement -

୧ ମିନିଟ ମଧ୍ୟରେ ଗ୍ୟାସରୁ ଓହ୍ଲାଇ ଏକ ପାତ୍ରକୁ କାଢନ୍ତୁ ଓ ଗରମାଗରମ ଖାଆନ୍ତୁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories