www.samajalive.in
Wednesday, December 10, 2025
16.1 C
Bhubaneswar

ହ୍ରାସ ପାଇଛି ବନ୍ୟାଜଳ: ଏବେ ଥଇଥାନର ବେଳ

ଗଡମଧୁପୁର : ବ୍ରାହ୍ମଣୀ ନଦୀରେ ପ୍ରଳୟଙ୍କାରୀ ବନ୍ୟା ଫଳରେ ଧର୍ମଶାଳା ବ୍ଲକର ଅନେକ ନଦୀକୂଳିଆ ଅଂଚଳ ଓ ନଦୀ ଅବବାହିକାରେ ବାସକରୁଥିବା ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଅନେକ ଲୋକଙ୍କର ବନ୍ୟାଜଳ ପ୍ରବେଶ ଫଳରେ ଘର ଭାଙ୍ଗିଥିବା ବେଳେ ଅନେକ ଲୋକ ପାଣି ଘେରରେ ରହି ଖାଇବା ପିଇବା ଭୁଲି ଯାଇଥିଲେ। କେତେକ କଚ୍ଚାଘର ସହିତ କୋଠାଘର ମଧ୍ୟ କ୍ଷତିଗ୍ରସ୍ଥ ହୋଇଛି। ବନ୍ୟାଜଳ କମିଯିବା ସହିତ ବର୍ଷା ନହେବା ଫଳରେ ଅନେକଙ୍କୁ ଆସ୍ୱସ୍ତି ମିଳିଛି। ପାଣି କମି ଯିବା ପରେ ଏବେ ଲୋକଙ୍କର ଦୁର୍ଦ୍ଦଶା ବଢିବାରେ ଲାଗିଛି। କୁସ୍ତିରା, ବାଉଁଶଅଣ୍ଟା, ଏରସଣ୍ଡା, ବରହମପୁର, ଆଦି ଗାଁରେ ଲୋକଙ୍କ ଛାତକୁ ଲାଗି ପାଣି ପ୍ରବାହିତ ହୋଇଥିବାବେଳେ ଏବେ ସେମାନଙ୍କର ଘର ଭିତରେ ପାଣି ଲହଡି ମାରୁଛି। କୁସ୍ତିରାରେ ନଳକୂପ ବନ୍ୟାପାଣି ଘେରରେ ରହିଥିବାରୁ ଲୋକେ ପାନୀୟ ଜଳ ନପାଇ ଅସୁବିଧାରେ ରହିଛନ୍ତି। ବର୍ଷକର ଘର ଚଳିବା ପାଇଁ ଥିବା ସାଇତା ଧାନ ଚାଉଳ ଓ ଆସବାବପତ୍ର ନଷ୍ଟ ହୋଇଛି। ପାଣିଛାଡିବା ପରେ ନଦୀ ବନ୍ଧ ଉପରେ ଅସ୍ଥାଇ ଭାବରେ ରହିଥିବା ଅନେକ ପରିବାର ଘରମୁହାଁ ହୋଇଛନ୍ତି। ଭୁବନପୁର ବଟକୃଷ୍ଣ ମଳିକଙ୍କର ଘରେ ପାଣି ପଶି ଯାଇଥିବାରୁ ତାଙ୍କର ଘର କ୍ଷତିଗ୍ରସ୍ତ ହେବା ସହିତ ଗୁହାଳ ଭାଙ୍ଗି ଯାଇଛି ତାଙ୍କୁ ତୁରନ୍ତ ପାଲ ଯୋଗଇଦେବାକୁ ସେ ନିବେଦନ କରିଛନ୍ତି। ଦୀର୍ଘ ବର୍ଷପରେ ବନ୍ୟାର ପ୍ରକୋପରେ ଅନେକ କ୍ଷୟକ୍ଷତି ହୋଇଥିବାର ଜାଣି ଧର୍ମଶାଳାର ବିଧାୟକ ପ୍ରଣବ ବଳବନ୍ତରାୟ, ଧର୍ମଶାଳା ବ୍ଲକ ଅଧ୍ୟକ୍ଷ ପ୍ରଭାତ କୁମାର ବଳବନ୍ତରାୟ, ତହସିଲଦାର ସରୋଜ କୁମାର ପଣ୍ଡା, ଜେନାପୁର ଥାନାଧିକାରୀ ଆଶିସ କୁମାର ସାହୁ ଓ ରାଜସ୍ୱ ନିରିକ୍ଷକମାନେ ଦିନରାତି ଏକକରି ଲୋକମାନଙ୍କର ସମସ୍ୟାକୁ ଖୋଜି ବାହାର କରିବା ଓ ରନ୍ଧା, ଶୁଖିଲା ଖାଦ୍ୟ ବଣ୍ଟନ କରିବା ସହିତ ଲୋକମାନଙ୍କର ରହିବା ମୁଣ୍ଡ ଗୁଞ୍ଜିବାପାଇଁ ପାଲ ଯୋଗାଣର ବ୍ୟବସ୍ଥା କରିଛନ୍ତି।

ବନ୍ୟା କ୍ଲିଷ୍ଟମାନଙ୍କୁ ଆହୁରି ଅଧିକ ସହାୟତା ପହଞ୍ଚାଇବା ଲକ୍ଷରେ ବିଧାୟକ ପ୍ରଶାସନ ସହିତ ଘନ ଘନ ବୈଠକର ଆୟୋଜନ କରି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଧର୍ମଶଳା ବ୍ଲକ ଜେନାପୁର ଥାନା ଅଧିନ ଏରସଣ୍ଡା, କୁସୁନପୁର, ବରମପୁର, ଘାସିବର, ବାଉଁଶଅଣ୍ଟା, ଭୁବନପୁର, ରଘୁନାଥପୁର, କୁସ୍ତିରା, ଇମାମନଗର ଭଳି କିଛି ଗ୍ରାମରେ ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା ବଢିଛି। ଅପର ପକ୍ଷରେ ଏହି ବନ୍ୟା ଦାଉରେ ଅନେକ ଜୀବଜନ୍ତୁ ଖାଦ୍ୟ ଅଭାବରେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେବାର ଖବର ମିଳିଛି। ଚାରଣଭୂମିରେ ପାଣି ମାଡିଯାଇଥିବାରୁ ଗୋରୁ ମୁହଁ ମାରୁନାହାଁନ୍ତି। ଚଳିତ ବନ୍ୟାରେ କୃଷି ସର୍ବାଧିକ କ୍ଷତି ଗ୍ରସ୍ଥ ହୋଇଛି। ମଧୁପୁରଗଡ, ଭୁବନପୁର, ଶୁନାଶୀରଗହୀର, ମଧୁବନ ଆଦି ମୌଜାରେ ଶହ ଶହ ଏକର ଚାଷଜମିରୁ ଏବେ ମଧ୍ୟ ବନ୍ୟାପାଣି ଛାଡିନାହିଁ। ଫଳରେ ଧାନ ପଚି ନଷ୍ଟ ହୋଇଛି। ପରିବା ଦର ଆକାଶ ଛୁଆ ହେଲାଣି। କୂପ, ନଳକୂପରେ ବନ୍ୟାପାଣି ପଶି ଯାଇଥିବାରୁ ପ୍ରଶାସନ ତୁରନ୍ତ ବ୍ଲିଚିଂ ପାଉଡର ଯୋଗାଣ ଉପରେ ଧ୍ୟାନଦେବାକୁ ଲୋକମାନେ ଦାବି କରିଛନ୍ତି। କୁସ୍ତିରାରେ ଟ୍ୟାଙ୍କର ସହାୟତାରେ ପାଣି ଯୋଗାଇଦେବା ନିହାତି ଜରୁରୀ ହୋଇପଡିଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories