www.samajalive.in
Saturday, December 6, 2025
14.1 C
Bhubaneswar

ଚଟପଟା ଲେମ୍ବୁ ମାଛ

ମାଛ – ୫୦୦ ଗ୍ରାମ
କଟା ରସୁଣ – ୨ଟି
କଟା ଅଦା – ଆବଶ୍ୟକ ପରିମାଣରେ
କଟା ଟମାଟୋ – ୧ଟି
ଜିରା – ଅଳ୍ପ
କଟା କଞ୍ଚା ଲଙ୍କା – ୩ଟି
କଟା ପିଆଜ – ୧ଟି
ତେଲ – ଆବଶ୍ୟକ ପରିମାଣରେ
ଲୁଣ – ଆବଶ୍ୟକ ପରିମାଣରେ
ହଳଦୀ – ଆବଶ୍ୟକ ପରିମାଣରେ
କଟା ଲେମ୍ବୁ – ୧ଟି
ଗୋଟା ଲେମ୍ବୁ ପତ୍ର – ଅଳ୍ପ
ପାଣି – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ମାଛକୁ ଧୋଇ ହଳଦୀ ଗୁଣ୍ଡ, ଲୁଣ ଗୋଳାଇ ଦିଅନ୍ତୁ। ଏବେ ଗ୍ୟାସରେ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଜିରା ପକାନ୍ତୁ। ଏବେ ଏଥିରେ କଟା କଟା ଟମାଟୋ ପକାଇ ଭାଜନ୍ତୁ। ଟମାଟୋ ଭଲ ଭାବେ ଭାଜି ହୋଇଗଲେ ପିଆଜ , ଅଦା , ରସୁଣ, କଞ୍ଚା ଲଙ୍କା, ପକାଇ ଭାଜନ୍ତୁ। ଏବେ ଏଥିରେ ମାଛ ପକାଇ ଭାଜନ୍ତୁ। ଏବେ ଏକ ପାତ୍ରରେ ପାଣି ଗରମ କରି ଏଥିରେ ଲେମ୍ବୁ ପତ୍ର ଭିଜାନ୍ତୁ। ଲେମ୍ବୁ ପତ୍ର ଛାଣି ଦେଇ ଏହାର ପାଣିକୁ ପ୍ରସ୍ତୁତ ହେଉଥିବା ମାଛରେ ପକାନ୍ତୁ। ଏବେ ଏଥିରେ ଲୁଣ, ଅଳ୍ପ ହଳଦୀ, ଅଳ୍ପ ଲେମ୍ବୁ ରସ ପକାଇ ଗ୍ୟାସରେ ୨ମିନିଟ ବସାନ୍ତୁ। ପ୍ରସ୍ତୁତ ହୋଇଗଲା ଚଟପଟା ଲେମ୍ବୁ ମାଛ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories