www.samajalive.in
Saturday, December 13, 2025
26.1 C
Bhubaneswar

ଦେଶର ପ୍ରଥମ ମହିଳା ପୁରୋହିତ, ଯିଏ କନ୍ୟାଦାନକୁ କରିଛନ୍ତି ବିରୋଧ ! ଏହାକୁ ନେଇ ବିଶେଷ ରିପୋର୍ଟ

କଲକାତା: ଯୁଗ ବଦଳିଛି । ବଦଳି ଯାଇଛି ଲୋକଙ୍କ ଚଳଣି ଓ ଚିନ୍ତାଧାରା । ପୁରୁଷ ସହିତ କାନ୍ଧରେ କାନ୍ଧ ମିଳାଇ ଆଗେଇ ଚାଲିଛନ୍ତି ମହିଳା । ଚିରାଚରିତ ବୃତ୍ତିରୁ ବାହାରି ପୁରୁଷଙ୍କ ସହ ସୀମା ରକ୍ଷା କରିବା ବୃତ୍ତିରେ ନିୟୋଜିତ ଆଜି ମହିଳା । ଏଭଳି ସମୟରେ ମହିଳାକୁ ବସ୍ତୁ ସଦୃଶ୍ୟ ଦାନ କରିବାର ପରମ୍ପରାର କ’ଣ ରହିଛି ଆବଶ୍ୟକତା? ରିଗ୍‌ ବେଦରେ ମଧ୍ୟ ବିବାହ ପରମ୍ପରାରେ କନ୍ୟାଦାନକୁ ବାଦ୍‌ ଦିଆଯାଇଛି । ପିତାମାତାଙ୍କ ପାଇଁ ପୁଅ ହେଉ କିମ୍ବା ଝିଅ ଉଭୟ ସମତୁଲ୍ୟ । ତେଣୁ ଝିଅ ବିବାହ ସମୟରେ କନ୍ୟାଦାନ ପ୍ରକ୍ରିୟାକୁ ନିଜ ପାରମ୍ପରିକ ପଦ୍ଧତିରୁ ବାଦ୍‌ ଦେଇଛନ୍ତି ଜାଦବପୁର ବିଶ୍ୱବିଦ୍ୟାଳୟର ସଂସ୍କୃତ ଆଧ୍ୟାପିକା ନନ୍ଦିନୀ ଭୌମିକ୍‌ । ଅଧ୍ୟାପିକା ନନ୍ଦିନୀ ଦେଶର ପ୍ରଥମ ମହିଳା ଯିଏ କେବଳ ମହିଳା ଭାବରେ ପୌରାହିତ୍ୟକୁ ବୃତ୍ତି ଭାବରେ ଗ୍ରହଣ କରିଛନ୍ତି, କନ୍ୟାଦାନ ପରି ପରମ୍ପରା ବିରୋଧରେ ମଧ୍ୟ ଜନସଚେତନତା ଜାରି ରଖିଛନ୍ତି ।

ଜାଦବପୁର ବିଶ୍ୱବିଦ୍ୟାଳୟର ଅଧ୍ୟାପିକା ହୋଇ ମଧ୍ୟ ନନ୍ଦିନୀ ସମାଜ ଓ ସାମାଜିକ ବ୍ୟବସ୍ଥାରେ ଉନ୍ନତି ପାଇଁ ତାଙ୍କ ଉଦ୍ୟମ ଜାରି ରଖିଛନ୍ତି । ସେ ଭିନ୍ନ ଜାତି ଓ ଭିନ୍ନ ଧର୍ମ ମଧ୍ୟରେ ହେଉଥିବା ବିବାହକୁ ସମର୍ଥନ କରିବା ସହ ନିଜେ ସହଯୋଗର ହାତ ବଢାଇଛନ୍ତି । ଏପରିକି ସେମାନଙ୍କ ବିବାହରେ ନିଜେ ପୁରୋହିତ ଦାୟିତ୍ୱ ତୁଲାଉଛନ୍ତି ନନ୍ଦିନୀ । ନନ୍ଦିନୀଙ୍କ ଏଭଳି କାର୍ଯ୍ୟ ପ୍ରଚ୍ଛଦରେ ତାଙ୍କ ଗୁରୁ ଗୌରୀ ଧର୍ମପାଳଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ସେ ମଧ୍ୟ ଏହି ଉଦେ୍ଦଶ୍ୟ ନେଇ ଜୀବନ ବ୍ୟାପୀ ସଂସ୍କୃତ ଶିକ୍ଷା ସମେତ ପୌରାହିତ୍ୟ ବୃତ୍ତିରେ ଲିପ୍ତ ଥିଲେ । ଏହି ମହତ୍‌ ଉଦେ୍ଦଶ୍ୟକୁ ଆଉ ଦୁଇ ପାଦ ଆଗେଇ ନେଇ ନନ୍ଦିନୀ ଆରମ୍ଭ କରିଛନ୍ତି ଏଭଳି ନିଆରା ବ୍ୟବସ୍ଥା । ଏପରିକି ବିବାହ କାର୍ଯ୍ୟରେ ଯେଉଁ ପାରିଶ୍ରମିକ ମିଳେ ତାହା ସେ ଓଡ଼ିଶାର ପୁରୀସ୍ଥିତ ବାଲିଘାଇରେ ଥିବା ଅନାଥ ଆଶ୍ରମକୁ ଦାନ କରି ଦିଅନ୍ତି । ଏପରି ସଂସ୍କୃତର ଏକାଧିକ ଶ୍ଳୋକକୁ ଇଂରାଜୀରେ ଅନୁବାଦ କରିବା କ୍ଷେତ୍ରରେ ମଧ୍ୟ ନନ୍ଦିନୀ ଓ ତାଙ୍କ ସହଯୋଗୀ ଦୀର୍ଘ ଦିନ ଧରି କାର୍ଯ୍ୟ କରୁଛନ୍ତି । କେତେକ ବିବାହରେ ପୁରୋହିତ ଭୁଲ ସଂସ୍କୃତ ଉଚ୍ଚାରଣ କରୁଥିବା ଲକ୍ଷ କରି ଏହି ମନ୍ତ୍ରଗୁଡ଼ିକକୁ ଇଂରାଜୀ ଓ ବଙ୍ଗଳୀରେ ଅନୁବାଦ କରିବା ଦିଗରେ ସେ କାର୍ଯ୍ୟ ଆରମ୍ଭ କରିଛନ୍ତି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

Related Articles

Popular Categories