ହୋଲିରେ ପୁରୀ ହାତିଆ ତପସ୍ୱନୀ ଏକ୍ସପ୍ରେସରେ ଲାଗିଲା ନିଆଁ ,ଘଟଣାର ତଦନ୍ତ ଆରମ୍ଭ

0

ପୁରୀ ..- ହୋଲି ଦିନ ପୁରୀ ହାତିଆ ତପସ୍ୱନୀ ଏକ୍ସପ୍ରେସର ୨,୩,୪,୫ ନମ୍ବର ବଗିରେ ନିଆଁ ଲାଗିଯାଇଥିଲା । ଏଥିରେ ୪ ନମ୍ବର ବଗିଟି ସମ୍ପୂର୍ଣ୍ଣ ଭାବେ ଜଳିଯାଇଛି। ନିଆଁ ଲାଗିବା ସମୟରେ ବଗିରେ କୌଣସି ଯାତ୍ରୀ ନଥିଲେ । ଦମକଳ ବାହିନୀର ତିନୋଟି ଦଳ ଏହି ନିଆଁକୁ ନିୟନ୍ତ୍ରଣ କରିଥିଲେ ।

ରେଳ ବିଭାଗ ପକ୍ଷରୁ ଏହାର ତଦନ୍ତ ଆରମ୍ଭ କରାଯାଇଛି  ରେଳ ବିଭାଗର ଉଚ୍ଚସ୍ତରୀୟ ୪ ଜଣିଆ ଟିମ ପୁରୀ ରେଳ ଷ୍ଟେସନରେ ପହଞ୍ଚି ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ପୁଲିସ ପ୍ଲାଟଫର୍ମରେ ଲାଗିଥିବା ସିସି ଟିଭି କ୍ୟାମେରାକୁ ଯାଞ୍ଚ କରିଛି । ତେବେ ନିଆଁ ଲାଗିବାର କାରଣ ଜଣା ପଡି ନାହିଁ ।

Leave A Reply