ଘସିପୁରା : କେନ୍ଦୁଝର ଜିଲା ଘସିପୁରା ଥାନା ଅନ୍ତର୍ଗତ ଇନ୍ଦୁପୁରା ଗ୍ରାମରେ ରୋଷେଇ କରୁଥିବା ବେଳେ ଅଗ୍ନି କାଣ୍ଡ ଘଟିବାରୁ ଜଣେ ବୃଦ୍ଧା ପୋଡିହୋଇ ଗୁରୁତର ହୋଇଥିବା ଜଣାପଡିଛି। ଗୁରୁତର ଅବସ୍ଥାରେ ବୃଦ୍ଧାଙ୍କୁ କଟକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।
ସୂଚନା ଅନୁସାରେ, ଘସିପୁରା ଥାନା ଇନ୍ଦୁପୁରା ଗ୍ରାମର ବୃଦ୍ଧା ଶଶି ଦାସ ନିଜ ଘରେ ରୋଷେଇ କରୁଥିବା ବେଳେ ହଠାତ୍ କୈଣସି କାରଣରୁ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ବୃଦ୍ଧାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଘସିପୁରା ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।



