MEllora 950×100

ଅଫୁଟା ବାଣର ବାରୁଦରେ ନିଆଁ ଲଗାଇ ୧୦ ଜଣ ଶିଶୁ ଗୁରୁତର

ଯାଜପୁର: ଅଫୁଟା ବାଣର ବାରୁଦରେ ନିଆଁ ଲଗାଇ ୧୦ ଜଣ ଶିଶୁ ଗୁରୁତର ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଯାଜପୁର ଜିଲା କୁଆଖିଆ ଥାନା ମିର୍ଜାପୁର ଗାଁରେ ଗତକାଲି ରାତିରେ ୧୦ ଜଣ ଶିଶୁ ଅପୁଂଟା ବାଣରୁ ବାରୁଦ ସଂଗ୍ରହ କରି ନିଆଁ ଲଗାଇଥିଲେ। ଫଳରେ ବିସ୍ଫୋରଣ ଘଟି ଶିଶୁମାନେ ଆହତ ହୋଇଥିଲେ। ସେମାନଙ୍କୁ ପ୍ରଥମେ ସ୍ଥାନୀୟ ମଧୁବନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ୪ ଜଣଙ୍କୁ ଗୁରୁତର ଅବସ୍ଥାରେ ଯାଜପୁର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ ଆଜି କଟକ ବଡଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

Comments are closed.