ବାଲେଶ୍ୱର : ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ଅନ୍ତର୍ଗତ ବାଉରିପଦା ପଞ୍ଚାୟତର ନିଶ୍ଚନ୍ତା ଗ୍ରାମର ଶୁକ୍ରବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୩ଟି ପରିବାରର ୪ ବଖରା ଘର ଓ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ ହୋଇଯାଇଛି। ବିଦ୍ୟୁତ ସଟସର୍କିଟ ଯୋଗୁଁ ଗୌରାଙ୍ଗ ଖଟୁଆଙ୍କ ଘରେ ନିଆଁ ଲାଗିଯାଇଥିଲା। ରାତିରେ ପରିବାର ଲୋକେ ଶୋଇଥିବା ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ନିଆଁ ଲାଗିବା ପରେ ହଠାତ ପରିବାର ଲୋକଙ୍କ ନିଦ ଭାଙ୍ଗିଯିବାରୁ ଜୀବନବିକଳରେ ସେମାନେ ବାହାରକୁ ଚାଲି ଆସିଥିଲେ। ଖବର ପାଇ ଅଡ଼ା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ମାତ୍ର ସେତେବେଳକୁ ଅଗ୍ନିକାଣ୍ଡରେ ଲକ୍ଷାଧିକ ସମ୍ପତ୍ତି ନଷ୍ଟ ହୋଇଯାଇଛି।
Popular Categories



