www.samajalive.in
Sunday, December 7, 2025
26.1 C
Bhubaneswar

ଅମାନିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ, ଜୋରିମାନା ଆଦାୟ

ରାମନାଗୁଡା: ଏଣିକି ମାସ୍କ ନ ପିନ୍ଧିଲେ ଅମାନିଆଙ୍କୁ ଆଉ ନିସ୍ତାର ନାହିଁ। ରାୟଗଡ଼ା ଜିଲ୍ଲା ରାମନାଗୁଡା ପୋଲିସ ପକ୍ଷରୁ ଆଜି ବିଭିନ୍ନ ସ୍ଥାନରେ ଚେକିଂ କରାଯାଇ ମାସ୍କ ପିନ୍ଧି ନ ଥିବା ଅମାନିଆଙ୍କ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରାଯାଇଛି। କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଥିବା ବେଳେ ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକରେ କରୋନା କଟକଣାକୁ ମାନୁନଥିବା ଦେଖିବାକୁ ମିଳିଛି। ଏଥିପାଇଁ ବ୍ଲକ ପ୍ରଶାସନ ଓ ପୋଲିସ ପକ୍ଷରୁ ଲୋକଙ୍କୁ ସର୍ତକ ଓ ସଚେତନ ରହିବାକୁ ପରାମର୍ଶ ଦିଆଯାଇଛି।ପ୍ରଶାସନ ପକ୍ଷରୁ ବାରମ୍ବାର ସଚେତନତା ସୃଷ୍ଟି ସତ୍ୱେ ଅମାନିଆମାନେ ମାସ୍କ ଓ ସାମାଜିକ ଦୂରତା ପାଳନ କରୁନଥିବା ଦେଖିବାକୁ ମିଳିଛି। ତେବେ ଆଜି ଅମାନିଆଙ୍କୁ ସାବାଡ଼ କରିବା ପାଇଁ ରାମନାଗୁଡା ପୋଲିସ ପକ୍ଷରୁ ମାସ୍କ ଚେକିଂକୁ କଡାକଡି ଜୋରିମାନା ଆଦାୟ କରାଯାଇଛି। ରାମନାଗୁଡା ଛକ ସମେତ ଚାକୁଣ୍ଡା ହାଟପଦାଠାରେ ପୁଲିସ ଟିମ ସଦଳବଳେ ଯାଇ ମାସ୍କ ଚେକିଂ ଜୋରଦାର କରିବା ସହ ମାସ୍କ ପିନ୍ଧିନଥିବା ଲୋକଙ୍କଠାରୁ ଜୋରିମାନା ଆଦାୟ କରିଛି ରାମନାଗୁଡା ପୋଲିସ। ମାସ୍କ ପିନ୍ଧିନଥିବା ଲୋକଙ୍କଠାରୁ ୫ଶହ ଟଙ୍କା ଲେଖାଏଁ ଫାଇନ ଆଦାୟ କରିବା ସହ ମାସ୍କ ପିନ୍ଧିବାକୁ ସଚେତନ କରାଯାଇଛି। ଏହି ସମୟରେ ଅନେକ ଲୋକ ପୁଲିସକୁ ଦେଖି ଅଧାବାଟରୁ ଫେରିଯାଉଥିବାବେଳେ ଆଉକିଛି ଲୋକ ରୁମାଲବାନ୍ଦି ଖସି ପଳାଉଥିଲେ। ଏଣିକି କରୋନା କଟକଣା ଉଲ୍ଲଂଘନ କରୁଥିବା ଲୋକଙ୍କୁ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନିଆଯାଇଛି ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories