www.samajalive.in
Saturday, December 6, 2025
16.1 C
Bhubaneswar

ପେନାଲ୍ଟି ସୁଟ୍ ଆଉଟରେ ସ୍ପେନକୁ ୮-୭ ଗୋଲରେ ପରାସ୍ତ କଲା ଭାରତ

ରାଉରକେଲା: ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଚାଲିଥିବା ପୁରୁଷ ଏଫଆଇଏଚ୍ ହକି ପ୍ରୋ ଲିଗରେ ଭାରତୀୟ ଦଳ ପେନାଲ୍ଟି ସୁଟ୍ ଆଉଟରେ ସ୍ପେନକୁ ୮-୭ ଗୋଲରେ ପରାସ୍ତ କରିଛି। ନିର୍ଦ୍ଧାରିତ ସମୟରେ ଉଭୟ ଦଳ ୨-୨ ଗୋଲରେ ଆଗୁଆ ରହିଥିଲେ। ଭାରତ ପକ୍ଷରୁ ପ୍ରଥମ ମିନିଟରେ ଜରମନପ୍ରୀତ ସିଂହ ଓ ୩୫ମିନିଟରେ ଅଭିଷେକ ଗୋଲ୍ ଦେଇଥିବା ବେଳେ ତୃତୀୟ ମିନିଟରେ ଜୋସ ବାଷ୍ଟେରା ଓ ୧୫ ମିନିଟରେ ବୋର୍ଜା ଲାକାଲେ ସ୍ପେନ୍ ପକ୍ଷରୁ ଗୋଲ୍ ଦେଇଥିଲେ। ପେନାଲ୍ଟି ସୁଟ୍ ଆଉଟ୍ ମ୍ୟାଚ୍ ମଧ୍ୟ ରୋମାଞ୍ଚକର ଥିଲା। ଉଭୟ ଦଳ ୭-୭ଗୋଲରେ ଆଗୁଆ ରହିଥିଲେ ହେଁ ଲଳିତ କୁମାର ଉପାଧ୍ୟାୟ ଗୋଲ୍ ଦେଇ ଭାରତକୁ ଆଗୁଆ ରଖିଥିଲେ। ଏହାପରେ ଭାରତୀୟ ଗୋଲ ରକ୍ଷକ ପିଆର ଶ୍ରୀଜେଶ ସ୍ପେନ୍ ଅଧିନାୟକ ମାର୍କ ମିରାଲେସଙ୍କ ଗୋଲ୍ ଅଟକାଇ ଭାରତୀୟ ଦଳକୁ ବିଜୟୀ କରାଇଥିଲେ।

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories