www.samajalive.in
Saturday, December 6, 2025
26.1 C
Bhubaneswar

ତଟରକ୍ଷୀ ବାହିନୀରେ କାହିଁକି ସାମିଲ ହୋଇନାହାଁନ୍ତି ମହିଳା, ଖପ୍ପା ହେଲେ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ଆପଣ ଏଠାରେ ନାରୀ ଶକ୍ତି ବିଷୟରେ କହୁଛନ୍ତି। ଯଦି ନାରୀ ଶକ୍ତିକୁ ପ୍ରାଧାନ୍ୟ ଦିଆଯାଉଛି ତେବେ ତଟରକ୍ଷୀ ବାହିନୀରେ ମହିଳା କାହିଁକି ନାହାଁନ୍ତି। ଯଦି ମହିଳା ମାନେ ସୀମା ସୁରକ୍ଷା କରିପାରିବେ ତେବେ ସେମାନେ ଉପକୂଳର ମଧ୍ୟ ସୁରକ୍ଷା କରିପାରିବେ ବୋଲି ପ୍ରଶ୍ନ କରିଛନ୍ତି ସୁପ୍ରମିକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ।

ସୋମବାର ତଟରକ୍ଷୀ ବାହିନୀରେ ମହିଳାମାନଙ୍କ ପାଇଁ ସ୍ଥାୟୀ କମିଶନ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟ ଉପରେ ପ୍ରଶ୍ନ କରିଛନ୍ତି ପ୍ରଧାନ ବିଚାରପତି। ତଟରକ୍ଷୀ ବାହିନୀରେ ମହିଳାଙ୍କ ଲାଗି ସ୍ଥାୟୀ ଆୟୋଗ ଉପରେ ଏକ ପୁରୁଷ ଆଭିମୁଖ୍ୟ ଗ୍ରହଣ କରିବାକୁ ନେଇ କେନ୍ଦ୍ରକୁ କଡା ନିନ୍ଦା କରିଛନ୍ତି ସୁପ୍ରିମକୋର୍ଟ। ପ୍ରଧାନ ବିଚାରପତି କହିଛନ୍ତି ଯେ ଯଦି ସେନା ଓ ନୌସେନାରେ ମହିଳା ମାନଙ୍କୁ ସାମିଲ କରିବାକୁ କାର୍ଯ୍ୟ କରିସାରିଛନ୍ତି ତେବେ କୋଷ୍ଟଗାର୍ଡରେ କାହିଁକି ଭିନ୍ନ ହେବ। ତଟରକ୍ଷୀ ବାହିନୀ ପ୍ରତି କେନ୍ଦ୍ରର ମନୋଭାବ କାହିଁକି ଉଦାସୀନ ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି। ଯେତେବେଳେ ମହିଳାମାନେ ସୀମା ରକ୍ଷା କରିପାରୁଛନ୍ତି, ସେତେବେଳେ ମହିଳାମାନେ ମଧ୍ୟ ଉପକୂଳର ସୁରକ୍ଷା କରିପାରିବେ ବୋଲି ପ୍ରଧାନ ବିଚାରପତି କହିଛନ୍ତି। ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଛନ୍ତି ସୁପ୍ରିମକୋର୍ଟ।

- Advertisement -

 

 

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories