www.samajalive.in
Sunday, December 7, 2025
13.1 C
Bhubaneswar

ରାଜ୍ୟ ସ୍ତରୀୟ ଯୁବ ରେଡ଼କ୍ରସ ସାଂସ୍କୃତିକ ପ୍ରତିଯୋଗିତାରେ ଗଞ୍ଜାମ ଜିଲା ପ୍ରଥମ

ଗଞ୍ଜାମ : ରାଜ୍ୟ ସ୍ତରୀୟ ଯୁବ ରେଡକ୍ରସ ମାଧ୍ୟମରେ ସାଂସ୍କୃତିକ ପ୍ରତିଯୋଗିତାରେ ଗଞ୍ଜାମ ଜିଲ୍ଲା ପ୍ରଥମ ସ୍ଥାନ ଅଧିକାର କରିଥିବା ଜଣା ପଡ଼ିଛି । ଗଞ୍ଜାମ ମହାବିଦ୍ୟାଳୟର ଅର୍ଥନୀତି ବିଜ୍ଞାନ ବିଭାଗ ସମ୍ମାନ ଛାତ୍ର ରଘୁନାଥ ସାହୁଙ୍କ ନେତୃତ୍ୱରେ ଗଞ୍ଜାମ ଜିଲା ପ୍ରଥମ ସ୍ଥାନ ହାସଲ କରିପାରିଛି। ତେଣୁ ଯୁବ ରେଡକ୍ରସ ସ୍ବେଚ୍ଛାସେବୀ ରଘୁନାଥ ସାହୁଙ୍କୁ ରାଜ୍ୟରେ ଉତ୍ତୁଙ୍ଗ ସ୍ଥାନର ମର୍ୟ୍ୟାଦା ସହ ମାନପତ୍ର ଦେଇ ସମ୍ମାନୀତ କରିଛନ୍ତି। ଏହି ସମ୍ମାନ ଗଞ୍ଜାମ ମହାବିଦ୍ୟାଳୟ ତଥା ଗଞ୍ଜାମ ଜିଲ୍ଲା ପାଇଁ ଗର୍ବ ଓ ଗୌରବର ବିଷୟ ଅଟେ। ଯାହାକୁନେଇ ଛାତ୍ର ରଘୁନାଥ ସାହୁଙ୍କୁ କଲେଜ ଅଧ୍ୟକ୍ଷ ସୀମାଞ୍ଚଳ ଭୋଳଙ୍କ ସହ ରାଜନୀତି ବିଜ୍ଞାନ ବିଭାଗ ପ୍ରାଧ୍ୟାପକ ଅମର ପ୍ରସାଦ ବିଷୋୟୀ ତାଙ୍କୁ କଲେଜ ଅଧ୍ୟକ୍ଷ କାର୍ୟ୍ୟାଳୟରେ ଶୁଭେଚ୍ଛା ଜଣାଇବା ସହ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories